ଚୀନକୁ ସମର୍ଥନ କରି ବିବାଦରେ ମନୀଷା କୋଇରାଲା : ତାଙ୍କୁ କଡ଼ା ସମାଲୋଚନା କଲେ କଲେ ସୁଷମା ସ୍ବରାଜଙ୍କ ସ୍ବାମୀ

Published By : Prameya-News7 Bureau | May 21, 2020 IST

ମୁମ୍ବାଇ ୨୧/୫: ଭାରତ ଏବଂ ନେପାଳ ମଧ୍ୟରେ କଳାପାଣି ମୁଦ୍ଦାରେ ଏବେ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ସାମିଲ ହୋଇଯାଇଛନ୍ତି। ନେପାଳର ନୂଆ ନକସାରେ କଳାପାଣିକୁ ସାମିଲ କରାଯିବା ନିଷ୍ପତ୍ତିରେ ଖୁସି ଜାହୀର କରି ସେ ଏହାକୁ ନେପାଳର ଆତ୍ମସମ୍ମାନ କହିଛନ୍ତି ଏବଂ ଈଶାରାରେ ଚୀନ ବିଷୟରେ ମଧ୍ୟ କହିଛନ୍ତି। ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲ୍ ତାଙ୍କୁ ଜବାବ ଦେଇଛନ୍ତି।


ଦୀର୍ଘ ସମୟ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସାରିଥିବା ମନୀଷା କୋଇରାଲା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି କୋଇରାଲାଙ୍କ ନାତୁଣୀ। ମନୀଷା କୋଇରାଲା ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଟ୍ବିଟକୁ ରିଟ୍ବିଟ୍ କରି ଲେଖିଥିଲେ,‘ଆମ ଛୋଟ ଦେଶର ଆତ୍ମସମ୍ମାନକୁ ବଜାୟ ରଖିବା ପାଇଁ ଆପଣଙ୍କୁ ଧନ୍ୟବାଦ। ୩ଟି ମହାନ୍ ଦେଶ ମଧ୍ୟରେ ଶାନ୍ତି ଏବଂ ଆଦରପୂର୍ବକ କଥାବାର୍ତ୍ତା ଜରିଆରେ ସମାଧାନକୁ ନେଇ ଆଶାବାଦୀ ଅଛୁ’।


ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲ ଗୋଟିଏ ପରେ ଗୋଟିଏ ଅନେକ ଟ୍ବିଟ୍ କରିଥିଲେ ଏବଂ ମନୀଷା କୋଇରାଲା ପରିବାର ସହ ନିଜ ସମ୍ପର୍କ ବିଷୟରେ କହିବାବେଳେ ଭାରତ-ନେପାଳ ମଧ୍ୟରେ ଚୀନକୁ ଆଣିବା ଫଳରେ ତାଙ୍କୁ ଟାର୍ଗେଟ୍ କରିଥିଲେ।


ସ୍ବରାଜ କୌଶଲ୍ ମନୀଷାଙ୍କୁ ଝିଅ ଭଳି କହି ଲେଖିଥିଲେ,‘ ଭାରତର ନେପାଳ ବିରୋଧରେ ଅଭିଯୋଗ ହୋଇପାରେ କିମ୍ବା ନେପାଳର ଭାରତ ସହ କୌଣସି ଗମ୍ଭୀର ସମସ୍ୟା ହୋଇପାରେ। ଆମେ ଆମ ପାଇଁ ଖରାପ ଏବଂ ଏହା ନେପାଳ ପାଇଁ ବି ଭଲ ନୁହେଁ।’


ସେ ଏକ ଟ୍ବିଟରେ ଲେଖିଛନ୍ତି,‘ ଯେତେବେଳେ ଆପଣ ଚୀନକୁ ଆଣୁଛନ୍ତି ସେତେବେଳେ ଭାରତ ସହ ଦୀର୍ଘ ବର୍ଷର ସମ୍ପର୍କକୁ ଖରାପ କରୁଛନ୍ତି। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.