‘ମୋ ଚାକରାଣୀ ତୁମ ଠାରୁ ଅଧିକ ସୁନ୍ଦର’ କହି ସ୍ବରାଙ୍କୁ କଲେ ଟ୍ରୋଲ, ଅଭିନେତ୍ରୀ ଦେଲେ ଏଭଳି କଡା ଜବାବ୍

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଳୀ ୧୩।୧୧ : ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ତାଙ୍କ କିଛି ମନ୍ତବ୍ୟକୁ ନେଇ ସବୁବେଳେ ଟ୍ରୋଲର ଶିକାର ହୁଅନ୍ତି । କିନ୍ତୁ ଏଥର ସ୍ୱରା ଭାସ୍କରଙ୍କ ଏକ ମତକୁ ନେଇ ଖୁବ୍‌ ଚର୍ଚ୍ଚାରେ ଆସିଛନ୍ତି । ସେ ଟ୍ୱିଟରରେ ଏକ କମେଣ୍ଟ ମଧ୍ୟ ଟ୍ରୋଲ ହୋଇଛନ୍ତି, କିନ୍ତୁ ସ୍ୱରା ତାଙ୍କ କଥାକୁ ଖୋଲାଖୋଲି କହିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥର ସେ ଏକ ଟ୍ରୋଲରକୁ ଏପରି ଉତ୍ତର ଦେଲେ ଯେ ସେ କହିବା ବନ୍ଦ କରିଦେଲେ । ଉପଭୋକ୍ତା ସ୍ୱରାଙ୍କ ଫଟୋରେ ଏମିତି କିଛି ଲେଖିଥିଲେ ଯେ ସେ ଖୁବ୍‌ ଭଲରେ କଡା ଜବାଜ୍‌ ଦେଇଛନ୍ତି ।

wp:html /wp:html

ଗତକିଛି ଦିନ ମଧ୍ୟରେ ସ୍ବରା ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ହେଲେ ତାଙ୍କର ଏହି ଫଟୋରେ ଅନେକ ଲୋକ କମେଣ୍ଟ ଲାଇକ୍‌ ଦେଉଥିବା ବେଳେ ଏହାରି ମଧ୍ୟରେ ଜଣେ ଏପରି ଏକ କମେଣ୍ଟ ଦେଇଛନ୍ତି । ଯାହାକୁ ଦେଖି ସ୍ବରା ତାଙ୍କ ଜବାବ୍‌ ଦେଇଛନ୍ତି । ତେବେ ଜଣେ ୟୁଜର୍ସ ସ୍ବରାଙ୍କ ଫଟୋ ଦେଖି କହିଥିଲେ କି -ତାଙ୍କ ଚାକରାଣୀ ତାଙ୍କ ଅପେକ୍ଷା ଅଧିକ ସୁନ୍ଦର । ଟ୍ରୋଲରଙ୍କ ଏହି ମନ୍ତବ୍ୟ ଉପରେ ଅଭିନେତ୍ରୀ ଦେଇଥିବା ଉତ୍ତର ସମସ୍ତଙ୍କ ହୃଦୟ ଜିତିଛି ।

wp:gallery {"ids":[543162],"linkTo":"none"} /wp:gallery

ସ୍ୱରାଙ୍କ ଏହି ଟ୍ୱିଟରେ @ ଟ୍ରୁଥ_ ଆଲୱେସ୍ ନାମକ ଏକ ଟ୍ରୋଲ ଲେଖିଛି- 'ତୁମେ ଏହି ସାଢିରେ ଯେପରି ଦେଖା ଯାଉଛ ମୋ ଘରର ଚାକରାଣୀ ତୁମ ଠାରୁ ଦେଖିବାକୁ ଅଧିକ ସୁନ୍ଦର । ଏହାକୁ ଦେଖିବା ପରେ ଟ୍ରୋଲରକୁ ଉତ୍ତର ଦେଇ ସ୍ୱରା ଲେଖିଛନ୍ତି ଯେ ମୋର ବିଶ୍ବାସ ଅଛି କି ତୁମର ଘରେ ଯିଏ କାମ କାମ କରୁଛି ଅଧିକ ସୁନ୍ଦର ।  ମୁଁ ଆଶା କରୁଛି କି ଆପଣ ତାଙ୍କର କଠିନ ପରିଶ୍ରମ ଏବଂ ଗର୍ବକୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କୁ ଅଶାଳୀନ ବ୍ୟବହାର କରିବେ ନାହିଁ । ଏହି ରିପ୍ଲାଏ ଦେଖିବା ପରେ ସମସ୍ତଙ୍କ ମନ କିଣି ନେଇଛନ୍ତି ସ୍ଵରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.