Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ବାହା ନହୋଇ ମାଆ ହେବାକୁ ଯାଉଛନ୍ତି ସ୍ୱରା ଭାସ୍କର , କହିଲେ- ‘କରି ଦେଇଛି ରେଜିଷ୍ଟ୍ରେସନ୍‌’

26/11/2021 at 7:59 AM

ନୂଆଦିଲ୍ଳୀ ୨୬।୧୧ : ଫିଲ୍ମରେ ନିଜର ଦମ୍‌ଦାର ଅଭିନୟକୁ ନେଇ ବେଶ୍‌ ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର । ବ୍ୟକ୍ତିଗତ ଜୀବନରେ ମନ୍ତବ୍ୟକୁ ତଥା ନିଜ ବୋଲ୍ଡ ଷ୍ଟେଟ୍‌ମେଣ୍ଟକୁ ନେଇ ମଧ୍ୟ ଚର୍ଚ୍ଚାରେ ଥାନ୍ତି । ହେଲେ ବର୍ତ୍ତମାନ  ଖୁବଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି । ଶୁଣିବାକୁ ମିଳୁଛି କି ସେ ବାହା ନ ହୋଇ ଏବେ ମା’ ହେବାକୁ ଯାଉଥିବାର ଜଣାପଡିଛି। ସେ ସିଙ୍ଗିଲ ମଦର ହେବା ପାଇଁ ନିଜକୁ ସ୍ଥିର କରିଛନ୍ତି। ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ସ୍ୱରା।

ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି। ଏଥି ସହିତ ଦେଶରେ ଏଭଳି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଅନାଥ ଆଶ୍ରମରେ ରହୁଛନ୍ତି ବୋଲି ସେ କହିଛନ୍ତି। ସେ କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ବରଂ ଅନେକ ଦମ୍ପତିଙ୍କୁ ମଧ୍ୟ ଭେଟିଛନ୍ତି ଯେଉଁମାନେ ଛୁଆଙ୍କୁ ଆଡପ୍ଟ କରିଛନ୍ତି। ଏହା ସହ ସେ କହିଛନ୍ତି କି ଆଡପସନ ଏକ ଏଭଳି ରାସ୍ତା, ଯାହାକୁ ଆପଣାଇ ନିଜ ସ୍ୱପ୍ନ ପୂରା କରିପାରିବି । ‘ଆମ ଦେଶରେ ଏକାକି ମହିଳାଙ୍କୁ ଛୁଆ ଆଡପ୍ଟ କରିବା ପାଇଁ ଅନୁମତି ମିଳୁଛି, ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରୁଛି। ଏହି ପ୍ରକ୍ରିୟା ଦୀର୍ଘକାଳୀନ ହୋଇପାରେ କିନ୍ତୁ ମା’ ହେବା ପାଇଁ ଆଉ ମୁଁ ଅପେକ୍ଷା କରିପାରିବି ନାହିଁ।’ ସେପଟେ ସ୍ୱରାଙ୍କ ପୋଷ୍ୟ ସନ୍ତାନ ଗ୍ରହଣ ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକେ ମଧ୍ୟ ସମର୍ଥନ କରିଛନ୍ତି।

କାମ କଥା କହିଲେ ଆସନ୍ତା ବର୍ଷ ସ୍ୱରାଙ୍କ ଫିଲ୍ମ ‘ଶିର-କୋରମା’ ରିଲିଜ ହେବ। ଏଥିରେ ସ୍ୱରାଙ୍କୁ ଜଣେ ସମଲିଙ୍ଗୀ ମହିଳା ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଅପୋଜିଟ୍‌ରେ ଦିବ୍ୟା ଦତ୍ତା ନଜର ଆସିବେ। କେବଳ ସେତିକି ନୁହେଁ ଶବାନା ଆଜମୀଙ୍କୁ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି। ଏହି ଫିଲ୍ମ ପାଇଁ ସ୍ୱରାଙ୍କୁ ଲଣ୍ଡନ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ପୁରସ୍କାର ମଧ୍ୟ ମିଳି ସାରିଛି।

   Related Posts