Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ହାପି ବାର୍ଥ ଡେ’ ସ୍ୱରା ଭାସ୍କର: କେକ୍ କାଟୁ କାଟୁ କାନ୍ଦି ପକାଇଲେ ଅଭିନେତ୍ରୀ

9/04/2021 at 1:17 PM

ମୁମ୍ବାଇ ୦୯/୦୪: ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଥିବା ଅଭିନେତ୍ରୀ ସ୍ୱରା ଭାସ୍କର ଆଜି ତାଙ୍କର ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି । ଗତକାଲି ରାତିରେ ଏହି ବିଶେଷ ଉତ୍ସବ ପାଳନ କରିବାକୁ ଅଭିନେତ୍ରୀଙ୍କ ବନ୍ଧୁ, ସମ୍ପର୍କୀୟ ତଥା ପରିବାର ସଦସ୍ୟ ତାଙ୍କ ପାଇଁ ଏକ ପାର୍ଟି ରଖି ତାଙ୍କୁ ସରପ୍ରାଇଜ୍ ଦେଇଥିଲେ । ଏହି ସମୟ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ୱରା କେକ୍ କାଟିବା ସମୟରେ ଖୁବ୍ ଇମୋସନାଲ୍ ହୋଇପଡିଥିଲେ ।

बर्थडे केक काटते ही फूट-फूटकर रोने लगे स्वरा भास्कर, वायरल हो रहा वीडियो

ଏହି ଭିଡିଓକୁ ସ୍ୱରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ ସ୍ୱରାଙ୍କ ସମ୍ମୁଖରେ ତିନୋଟି କେକ୍ ରଖାଯାଇଛି । ଏହି ସମୟରେ ଅଭିନେତ୍ରୀଙ୍କ ବନ୍ଧୁ ଏବଂ କଲିଗ୍ସ ତାଙ୍କ ଚାରିପାଖରେ ନଜର ଆସିଛନ୍ତି ।  ସ୍ୱରା ଯେତେବେଳେ କେକ୍ କାଟିବା ଆରମ୍ଭ କରିଛନ୍ତି ସେ ଏମେସନାଲ୍ ହୋଇ କାନ୍ଦି ପକାଇଛନ୍ତି । ଏଥି ସହିତ, ତାଙ୍କର ଜଣେ ବନ୍ଧୁଙ୍କ ହାତରେ ଏକ ଫୋନ୍ ଅଛି ଯେଉଁଥିରେ କେହି ଭିଡିଓ କଲିଂରେ ସ୍ୱରାଙ୍କୁ ତାଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।  ଏପରି ଲାଗୁଛି ସେମାନେ ଅଭିନେତ୍ରୀଙ୍କ ବାପା-ମା, ଯାହାଙ୍କୁ ଦେଖିବା ପରେ ସେ ଇମୋସନାଲ୍ ହୋଇପଡିଛନ୍ତି ।

ସ୍ୱରା ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମୋର ବାପା-ମା ଏବଂ ମୋର ସହକର୍ମୀମାନେ ମୋର ଜନ୍ମଦିନରେ ସେଲିବ୍ରେସନର ଆୟୋଜନ କରିଥିଲେ । ଯାହା ଦେଖି ମୁଁ ସରପ୍ରାଇଜ୍ ହୋଇଗଲି । ମୁଁ ପ୍ରକୃତରେ ଚକିତ ହୋଇଗଲି !! ପାଇବା ପାଇଁ ମୁଁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ଯାହାକୁ ଏହିପରି ବାପା-ମା ଏବଂ ବନ୍ଧୁ ମିଳିଛି ।’ ଏହା ବ୍ୟତୀତ ସ୍ୱରାଙ୍କ ପିତା ତାଙ୍କ ଝିଅ ପାଇଁ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି । ଯାହାକୁ ସ୍ୱରା ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।

   Related Posts