Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପ୍ରକୃତ ପ୍ରେମ: ସାଥିର ମୃତ୍ୟୁ ପରେ ମନଦୁଃଖରେ ଟ୍ରାକ୍‌‌ରେ ବସିଥିଲା ହଂସ, ବିଳମ୍ବରେ ଗଡ଼ିଲା ୨୩ ଟ୍ରେନ୍‌

31/12/2020 at 9:10 PM

ନୂଆଦିଲ୍ଲୀ ୩୧/୧୨: ପ୍ରକୃତ ପ୍ରେମର ସଂଜ୍ଞା କଣ ? ହୁଏତ ଏହି ଖବର ଆପଣଙ୍କ ପ୍ରଶ୍ନର ଠିକ୍‌ ଉତ୍ତର ହୋଇପାରେ। ପକ୍ଷୀ ପ୍ରେମକୁ ବି ସ୍ବାଗତ ଜଣାଇଲା ଲୌହ ଦାନବ। ଦୁଃଖଦ ପ୍ରେମ କାହାଣୀରେ ଲୌହ ଦାନବ ଅଟକି ନମ୍ରତା ଦେଖାଇଲା। ଏଭଳି ଏକ ପକ୍ଷୀ ପ୍ରେମ ଜର୍ମାନୀର ରେଳ ଧାରଣାରେ ଦେଖିବାକୁ ମିଳିଛି। ଦୁଇଟି ହଂସ ରେଳ ଲାଇନ୍‌ ଉପରକୁ ଆସିଯାଇଥିଲେ। ଲାଇନ୍‌ ତାର ସଂସ୍ପର୍ଶରେ ଆସି ଗୋଟିଏ ହଂସର ମୃତ୍ୟୁ ହୋଇଥିଲା। କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ଅନ୍ୟ ହଂସ। ସେହି ରେଳ ଲାଇନ୍‌ ଉପରେ ସାଥିର ମୃତଦେହ ପାଖରେ ଦୀର୍ଘ ସମୟ ବସି ରହିଥିଲା।

ରେଳ ଅଧିକାରୀ ହଂସଟିକୁ ହଟାଇବାକୁ ବହୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। କାରଣ ହଂସଟି ସାଥିର ମୃତଦେହକୁ ଛାଡ଼ି ଯିବାକୁ ନାରାଜ ଥିଲା। ଘଣ୍ଟାଏ ବସିବା ପରେ ଅଗ୍ନିଶମ ବାହିନୀ ଆସି ହଂସଟିକୁ ଉଦ୍ଧାର କରିଥିଲା। ହଂସଟି ପ୍ରକୃତ ପ୍ରେମର ନିଦର୍ଶନ ଦେଇଥିଲା।

ହଂସର ଏହି କାହାଣୀ ଦର୍ଶାଉଛି  ପଶୁ ଓ ପକ୍ଷୀଙ୍କର ମଧ୍ୟ ଭାବନା ଅଛି। ସେମାନେ କଷ୍ଟ ଅନୁଭବ କରନ୍ତି । ମଣିଷ ଭଳି ଏମାନେ ଅତି ଗଭୀର ଭାବେ କଷ୍ଟକୁ ମଧ୍ୟ ଅନୁଭବ କରିପାରନ୍ତି। ତେବେ ହଂସଟିର ଦୁଃଖରେ ମଣିଷ ମଧ୍ୟ ଦୁଃଖି ହୋଇଛି। କାରଣ ହଂସଟି ତାର ସାଥିର ମୃତଦେହ ପାଖରେ ବସିଥିବା ବେଳେ ଘଣ୍ଟାଏ ପର୍ଯ୍ୟନ୍ତ ତାକୁ କେହି ହଇରାଣ କରିନଥିଲେ। ଏହି ସମୟରେ ୨୩ଟି ଟ୍ରେନ୍‌ର ସମୟ ବଦଳିଥିଲା। ୫୦ ମିନିଟର ଅପେକ୍ଷା ପରେ ମୃତ ହଂସକୁ ରେଳ ଧାରଣାରୁ ବାହାର କରିବା ସହ ଜୀବିତ ହଂସଟିକୁ ପାଖରେ ଥିବା ଏକ ନଦୀରେ ଛଡ଼ାଯାଇଥିବା ଜଣାପଡ଼ିଛି।

   Related Posts