ଅବୈଧ ପ୍ରେମରେ କଣ୍ଟା ସାଜିଲା ସ୍ଵାମୀ, ପ୍ରେମିକକୁ ଲଗାଇ ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କଲା ସ୍ତ୍ରୀ, ଗୋଟିଏ ସୁରାକ ଖୋଲିଲା ରହସ୍ୟ

Published By : Prameya-News7 Bureau | June 12, 2021 IST

ଜୟପୁର ୧୨/୬: ପ୍ରେମରେ କଣ୍ଟା ଥିଲା ସ୍ବାମୀ। ହୋମକୁ ସାକ୍ଷି ରଖି ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ପ୍ରତିଜ୍ଞା କରିଥିଲା ସ୍ତ୍ରୀ। କିନ୍ତୁ ପରକୀୟା ପ୍ରୀତି ପାଇଁ ପାଲଟିଗଲା ହତ୍ୟାକାରୀ । ସ୍ବାମୀ ରହିଲେ ପ୍ରେମ ସମ୍ଭବ ହୋଇପାରିବ ନାହିଁ ଭାବି ହତ୍ୟା ଚକ୍ରାନ୍ତ ରଚିଲା ସ୍ତ୍ରୀ। କିନ୍ତୁ ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ଫିଲ୍ମ କାହାଣୀ ଭଳି ରଚିଥିଲା ଷଡ଼ଯନ୍ତ୍ର । ୪ ଜଣ ଯୁବକଙ୍କୁ ଲଗାଇ ସ୍ବାମୀଙ୍କୁ ହତ୍ୟା କଲା ଏବଂ ଏହାକୁ ଏକ ଦୁର୍ଘଟଣା ରୂପ ମଧ୍ୟ ଦେଇଦେଲା। ମାମଲା ପୋଲିସ ପାଖରେ ପହଞ୍ଚିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି। କେବଳ ୨ ଦିନରେ ପୋଲିସ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବା ସହ ଅନ୍ୟ ୪ ହତ୍ୟାକରୀଙ୍କୁ ମଧ୍ୟ କାବୁ କରିଛି ।

ମାମଲାଟି ରାଜସ୍ଥାନ ବିକାନେରର ହୋଇଥିବା ବେଳେ ହତ୍ୟାକାରୀ ସ୍ତ୍ରୀର ନାଁ ସଞ୍ଜୁ କମ୍ବର ବୋଲି ଜଣାପଡ଼ିଛି। ସଞ୍ଜୁ ଝଞ୍ଝୋଉ ଗାଁର ଗଣେଶ ସିଂହକୁ ପ୍ରେମ କରୁଥିଲା। ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଜାଣିଥିଲେ।  ସଞ୍ଜୁର ବିବାହ ରଘୁବୀରଙ୍କ ସହ ହେବା ପରେ ମଧ୍ୟ ଦୁହେଁ ସାକ୍ଷାତ କରୁଥିଲେ। ସ୍ବାମୀ ଥିବା ଯୋଗୁ ସଞ୍ଜୁ ଏବଂ ଗଣେଶ ଅଧିକ ମିଳାମିଶା କରିପାରୁନଥିଲେ। ସେଥିପାଇଁ ରାସ୍ତାରେ କଣ୍ଟା ଥିବା ରଘୁବୀରଙ୍କୁ ହତ୍ୟା କରିବାକୁ ସଞ୍ଜୁ ଯୋଜନା କରିଥିଲା। ଗଶେଶ ସିଂହ ଭବାନୀ ସିଂହ, ଲାଲ ସିଂହ, କାନନଥ ସହ ମିଶି ରଘୁବୀରଙ୍କୁ  ମାରିବାକୁ ପ୍ଲାନ୍‌ ରଚିଥିଲା।

ଭବାନୀ ସିଂହ ରଘୁବୀରଙ୍କୁ ୭ ଜୁନ୍‌ରେ ଫୋନ୍‌ କରି ଲଖାସର ବସ ଷ୍ଟାଣ୍ଡକୁ ଡାକିଥିଲା। ସେଠାରୁ ବାଇକ୍‌ ଯୋଗେ ଦେଶୀ ଠାଠ ନାମକ ଏକ ହୋଟେଲକୁ ଯାଇଥିଲେ। ସେଠାରେ ରଘବୀରଙ୍କୁ ଖାଇବା ସହ ମଦ ପିଆଇଥିଲା ଭବାନୀ। ପରେ ଲାଲ ସିଂହକୁ ଫୋନ୍‌ କରିଥିଲା। ସେ  ତା ସହ କାନନାଥକୁ ନେଇ ଆସିଥିଲା। ସେମାନଙ୍କ ପାଖରେ ଏକ ପିକଅପ୍‌ ଭ୍ୟାନ ଥିଲା। ଭବାନୀ ଏବଂ ଗଶେଶ ପୂର୍ବ ଯୋଜନା ମୁତାବିକ ରଘୁବୀରଙ୍କୁ ଜାତୀୟ ରାଜପଥ ଉପରକୁ ନେଇଯାଇଥିଲେ। ସେଠାରେ ଗାଡ଼ିରେ ଧକ୍କା ଦେଇ ରଘୁନାଥଙ୍କ ହତ୍ୟା କରିଥିଲେ। ଏହା ପରେ ଏହାକୁ ଏକ ଗାଡ଼ି ଦୁର୍ଘଟଣାର ରୂପ ଦେଇଥିଲେ ଅଭିଯୁକ୍ତ।

କିନ୍ତୁ ପୋଲିସ ଛାନଭିନ ବେଳେ ଜାଣିବାକୁ ପାଇଥିଲା ଯେ, ଏହା ଏକ ହତ୍ୟା। ଗୋଟିଏ ସୁରାକ ହିଁ ମାମଲାର ପର୍ଦ୍ଦାଫାସ କରିବାରେ ସହାୟକ ହୋଇଥିଲା। ରଘୁବୀରଙ୍କ ମୃତଦେହ ରାଜପଥରୁ ବହୁ ଦୂରରେ ପଡ଼ିଥିଲା । ତେବେ ଗାଡ଼ି ଧକ୍କା ଦେଲେ ମୃତଦେହ ଏତେ ବାଟ ଛିଟକି ହୋଇ ପଡ଼ିବା ଅସମ୍ଭବ । ଏହା ପରେ ସନ୍ଦେହ ଘେରକୁ ଆସିଥିଲା ସଞ୍ଜୁ । ପରେ ସଞ୍ଜୁର ଅବୈଧ ପ୍ରେକ କାହାଣୀ ସମ୍ପର୍କରେ ଜାଣିଥିଲା ପୋଲିସ। ଏହା ପରେ ଗଣେଶ ସିଂହକୁ ପଚରା ଉଚରା କରିବା ପରେ ମାମଲା ଉପରୁ ପରଦା ଉଠାଇଥିଲା ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.