Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଶରଦ ପାଓ୍ବାରଙ୍କଠାରୁ ୧ ଲକ୍ଷ ଟଙ୍କା ଧାର, କେଜରିଓ୍ବାଲଙ୍କ ବିରୋଧରେ ପ୍ରାର୍ଥୀ: ଦିଲ୍ଲୀ ବିଧାନସଭା ଭୋଟ ଲଢ଼ୁଛନ୍ତି ‘ବାବା’

15/01/2020 at 5:26 PM

ନୂଆଦିଲ୍ଲୀ୧୫/୧: ୧ ଲକ୍ଷ ଟଙ୍କା ଧାର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବାପା ଭେଙ୍କଟେଶ୍ବର। ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣା ପରେ ପ୍ରତ୍ୟେକ ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ନୂଆଦିଲ୍ଲୀ ବିଧାନସଭା ଆସନରେ ଜଣେ ବାବା ନିର୍ବାଚନ ଲଢ଼ିବେ। ତାଙ୍କର ଚଳ ସମ୍ପତ୍ତି ମାତ୍ର ୧୦ ଟଙ୍କା। ହେଲେ ବାବାଙ୍କ କରଜ ରହିଛି ୧ ଲକ୍ଷ ଟଙ୍କା। ଗୋଟିଏ ବ୍ୟାଙ୍କ ଖାତା ରହିଛି। କିନ୍ତୁ ବ୍ୟାଙ୍କ ଖାତାରେ ଟଙ୍କା ନାହିଁ।

ବର୍ତ୍ତମାନ ସୁଦ୍ଧା ବାବା ଭେଙ୍କଟେଶ୍ବର ୧୬ଟି ସ୍ଥାନରୁ ନିର୍ବାଚନ ଲଢ଼ି ସାରିଛନ୍ତି। ତେବେ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବାବା ନିର୍ବାଚନ ଲଢ଼ି ସାରିଛନ୍ତି। କିନ୍ତୁ ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚକ୍‌ମା ଦେବା ପାଇଁ ପୁଣି ଦିଲ୍ଲୀ ବିଧାନସଭା ନିର୍ବାଚନ ମୈଦାନକୁ ବାବା ଓହ୍ଲାଇଛନ୍ତି। ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଗତ ମଙ୍ଗଳବାର ତିନିଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିରେ ସ୍ବାମୀଙ୍କ ନାଁ ମଧ୍ୟ ରହିଛି। ଏକା ସାଙ୍ଗରେ ବିଜେପି, ଏନ୍‌ସିପି ଓ ହିନ୍ଦୁସ୍ତାନ ଜନତା ପାର୍ଟିରୁ ବାବା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶରଦ ପାଓ୍ବାରଙ୍କଠାରୁ ୧ ଲକ୍ଷ ଟଙ୍କା କରଜ କରିଥିବା ବାବା ସ୍ବୀକାର କରିଛନ୍ତି। 

   Related Posts