Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମୁଁ ଖୋଲାଖୋଲି ପାର୍ଟିର ସମାଲୋଚନା କରିବି, ‘ଶାହା ବାଲି ବିଜେପି’ ଉପରେ ବଡ ବୟାନ ଦେଲେ ସୁବ୍ରମଣ୍ୟମ ସ୍ଵାମୀ

9/04/2021 at 10:04 PM

ନୂଆଦିଲ୍ଲୀ ୦୯।୦୪: ଉତ୍ତରାଖଣ୍ଡରେ ୫୧ ମନ୍ଦିରକୁ ରାଜ୍ୟ ସରକାର  ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତଙ୍କ ଏହି ଘୋଷଣାକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ଵାମୀ ସ୍ଵାଗତ କରିଛନ୍ତି।  ମନ୍ଦିରକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ପାଇଁ ସ୍ଵର ଉଠାଇଥିବା ସ୍ଵାମୀ ଟ୍ଵିଟ୍ କରି କହିଛନ୍ତି ଯେ, ଏହି କାରଣରୁ ବିଜେପିର ଭବିଷ୍ୟତ ବାକି ପାର୍ଟି ତୂଳନାରେ ଉଜ୍ଜ୍ଵଳ ରହିଛି। ସେ ଏହା ମଧ୍ୟ କହିଛନ୍ତି, ଅମିତ୍ ଶାହା ବିଜେପିର ସଭାପତି ହେବା ପରେ ପାର୍ଟିରେ ଅନେକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଜେପି ନଡ୍ଡା ବିଜେପିର ସଭାପତି ଅଛନ୍ତି।

ଜଣେ ଟ୍ଵିଟର ୟୁଜର୍ସ ଉତ୍ତରାଖଣ୍ଡରେ ୫୧ ମନ୍ଦିର ସରକାରଙ୍କ ନିୟନ୍ତ୍ରଣ ମୁକ୍ତ କରାଯିବାର ଶ୍ରେୟ ସୁବ୍ରମଣ୍ୟମ ସ୍ଵାମୀଙ୍କୁ ଦେଇ ଲେଖିଥିଲେ ଯେ,  ରାଜ୍ୟ ସରକାର ନିଜର ଭୁଲ୍ ସୁଧାରି ନେଇଛନ୍ତି। ଉକ୍ତ ଟ୍ଵିଟ୍‌ର ଜବାବ ଦେଇ ସ୍ଵାମୀ  ଲେଖିଛନ୍ତି ଯେ, ଏହି କାରଣରୁ ବିଜେପିର ଭବିଷ୍ୟତ ଅନ୍ୟ ପାର୍ଟି ତୂଳନାରେ ଉଜ୍ଜ୍ଵଳ ରହିଛି। ମୁଁ ପାର୍ଟିକୁ ସେହି ସମୟରେ ଖୋଲାଖୋଲି ସମାଲୋଚନା କରିବି ଯବେ ଦଳ ସ୍ଥାପିତ ନୀତିରୁ ବିଚ୍ୟୁତ୍ ହେବ। ଯେବେ ଗଡକରୀ ଓ ରାଜନାଥ ଅଧ୍ୟକ୍ଷ ଥିଲେ, ଆମେ ଗୋଟିଏ ଫୋରମରେ ଆଲୋଚନା କରୁଥିଲୁ। କିନ୍ତୁ ଅମିତ୍ ଶାହା ଅଧ୍ୟକ୍ଷ ହେବା ପରେ ପାର୍ଟିରେ ଅନେକ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଜେପି ନଡ୍ଡା ଦଳର ସଭାପତି ଅଛନ୍ତି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଶୁକ୍ରବାର ବଡ ଘୋଷଣା କରି କହିଛନ୍ତି ଯେ, ତାଙ୍କ ସରକାର ଚାରି ଧାମ ଦେବସ୍ଥାନମ ବୋର୍ଡର ଗଠନ କରିବାକୁ ନେଇଥିବା ନିଷ୍ପତ୍ତିର ସମୀକ୍ଷା କରିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ନିଷ୍ପତ୍ତିକୁ ବଦଳାଇ ତୀରଥ ସିଂହ ୫୧  ପ୍ରମୁଖ ମନ୍ଦିରକୁ ସରକାରଠୁ ନିୟନ୍ତ୍ରଣ ମୁକ୍ତ କରିଛନ୍ତି। ଏଥିରେ ବଦ୍ରିନାଥ, କେଦାରନାଥ, ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ପରି ପ୍ରମୁଖ ମନ୍ଦିର ସାମିଲ। ଏହା ଚାରି ଧାମ ନାମରେ ପରିଚିତ।

ସୁବ୍ରମଣ୍ୟମ ସ୍ଵାମୀ ମନ୍ଦିରକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରିବାକୁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଗତ ବର୍ଷ ସେ ଚାରିଧାମ ଦେବସ୍ଥାନମ ପ୍ରବନ୍ଧକ ବୋର୍ଡର ଗଠନ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ।

   Related Posts