ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ : ଆଜିବି ମନେପଡେ ଚିକାଗୋରେ ଦେଇଥିବା ଓଜସ୍ବୀ ଭାଷଣ, ପଢନ୍ତୁ ମହାତ୍ମାଙ୍କ କିଛି ମୂଲ୍ୟବାନ ସନ୍ଦେଶ...

Published By : Prameya-News7 Bureau | January 12, 2021 IST

କୋଲକାତା ୧୨/୦୧ : ଭାରତ ମାଟିରେ ଅନେକ ମହାତ୍ମା ଜନ୍ମ ନେଇଛନ୍ତି । ମହାପୁରୁଷଙ୍କ ଅବଦାନ, ବଳିଦାନ, ସ୍ବାଭିମାନ ଓ ସମାଜ ନିର୍ମାଣ ପାଇଁ ଛାଡିଯାଇଥିବା ସନ୍ଦେଶ ଆଜି ମଧ୍ୟ ଭାରତବାସୀ ଅନୁସରଣ କରୁଛନ୍ତି । ସେଭଳି ଜଣେ ମହାପୁରୁଷ ଥିଲେ ସ୍ବାମୀ ବିବେକାନନ୍ଦ । ଭାରତର ଆଧ୍ୟତ୍ମ ସହ ଜଡିତ ମହାପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଆଜିର ଦିନ ଅର୍ଥାତ ୧୨ ଜାନୁୟାରୀ ୧୮୬୩ ମସିହାରେ ହୋଇଥିଲା । ସ୍ବାମୀ ବିବେକାନନ୍ଦଙ୍କ ପିତା ବିଶ୍ବନାଥ ଦତ୍ତ କୋଲକାତା ହାଇକୋର୍ଟରେ ଜଣେ ବିଶିଷ୍ଟ ଆଇନଜୀବୀ ଥିଲେ । ତାଙ୍କ ପିଲାଦିନର ନାଁ ଥିଲା ନରେନ୍ଦ୍ର ନାଥ ଦତ୍ତ ।

ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଦେଶରେ ଯୁବ ଦିବସ ଭାବେ ପାଳନ କରାଯାଏ । ୧୮୯୩ ମସିହାରେ ଆମେରିକାର ଚିକାଗୋରେ ବିଶ୍ବ ଧର୍ମ ସମ୍ମୀଳନୀରେ ସ୍ବାମୀ ବିବେକାନନ୍ଦ ଦେଇଥିଲା ଓଜସ୍ବୀ ଭାଷଣ ଆଜି ମଧ୍ୟ ପ୍ରତି ଭାରତୀୟଙ୍କୁ ଗର୍ବିତ କରୁଛି । ଚିକାଗୋରେ ପ୍ରଭାବୀ ଭାଷଣ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ବାମୀଜୀଙ୍କ ନାଁ ଆଜି ମଧ୍ୟ ଲିପିବଦ୍ଧ ହୋଇକି ଅଛି ।

ଚିକାଗୋରେ ଦେଇଥିବା ସମ୍ବୋଧନରେ ସ୍ବାମୀ ବିବେକାନନ୍ଦ କହିଥିଲେ ସାମ୍ପ୍ରଦାୟିକତା, ଧାର୍ମିକ କଟ୍ଟୁରତା ଏବଂ ହିଂସାକୁ ଯେଉଁଭଳି ଭାବେ ଉଲ୍ଲେଖ କରିଥିଲେ ତାହା ଆଜି ବହୁ ବର୍ଷ ପୂର୍ବେ ମଧ୍ୟ ସେହିପରି ଭୟାବହ ରୂପେ ଉପସ୍ଥିତି ଜାହିର କରିଛି । ସେ କହିଥିଲେ,’ଆଜି ଯଦି ସମାଜରେ କିଛି ଖରାପ ଘଟୁନଥାନ୍ତା ତେବେ ସମାଜ ଆଜି ବହୁତ ଭଲରେ ଥାଆନ୍ତା’ ।

ସ୍ବାମୀ ବିବେକାନନ୍ଦ ଦେଇଥିବା କିଛି ସନ୍ଦେଶ

-ଉଠ, ଜାଗ ଓ ସେପର୍ଯ୍ୟନ୍ତ ରୁହ ନାହିଁ ଯେପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନହୋଇଛି ।

-ନିଜ ଆତ୍ମାକୁ ଛାଡି ଅନ୍ୟ କାହାପାଖରେ ମୁଣ୍ଡ ନୁଆଁଅ ନାହିଁ ।

-ଜୀବନରେ ଯେତିକି ଉନ୍ନତି କରିବାକୁ ଚାହୁଁଛ ତାହାଠାରୁ ଶହେ ଗୁଣା ଉନ୍ନତି କରିବାକୁ ଚେଷ୍ଟା କର, ଶକ୍ତିଶାଳୀ ହୁଅ ।

-ଯେ ପର୍ଯ୍ୟନ୍ତ ନିଜ ଉପରେ ବିଶ୍ବାସ କରିପାରୁନାହଁ, ସେ ପର୍ଯ୍ୟନ୍ତ ଭଗବାନଙ୍କ ଉପରେ ମଧ୍ୟ ବିଶ୍ବାସ କରିପାରରିବ ନାହିଁ ।

-ଏକ ନିର୍ଦ୍ଧିଷ୍ଟ ସମୟରେ ଗୋଟିଏ ହିଁ କାମ କରିବା ଆବଶ୍ୟକ ।

-କୌଣସି କାର୍ଯ୍ୟ କରୁଥିବା ସମୟରେ ସେହି କାମରେ ପୁରାପୁରି ଭାବେ ଲୀନ ହେବା ଆବଶ୍ୟକ ।

-ଅର୍ଜନ କରୁଥିବା ଧନକୁ ଯଦି କୌଣସି ଭଲ କାମରେ ଲଗାଉଛ ତେବେ ତାହାର ମୂଲ୍ୟ ରହିଛି ।

-ନିଜକୁ ଦୁର୍ବଳ ଭାବିବା ଏବଂ କଠିନ ପରିସ୍ଥିତିରେ ଲଢିବା ପୂର୍ବରୁ ହାର ମାନିବା ହିଁ ମହା ପାପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.