ଆଜିକୁ ଠିକ୍ ୧୨୬ ବର୍ଷ ତଳେ ଏହିଦିନ ଆମେରିକାର ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ ସଞ୍ଚାରଣ କରିଥିଲେ ଭାରତର.. ବିବେକାନନ୍ଦ

Published By : Prameya-News7 Bureau | September 11, 2019 IST

ଭୁବନେଶ୍ୱର- ଆଜିକୁ ଠିକ୍ ୧୨୬ ବର୍ଷ ତଳେ ଠିକ୍ ଏହି ଦିନ ଅର୍ଥାତ ୧୧ ସେପ୍ଟେମ୍ବରରେ ଆମେରିକାର ଚିକାଗୋ ସହରସ୍ଥିତ କଲମ୍ବସ୍ ହଲରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଶ୍ବ ଧର୍ମ ମହାସଭା । ୧୮୯୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଏହି ଧର୍ମ ମହାସଭାରେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ ଯୋଗ ଦେଇଥାନ୍ତି ।ହେଲେ ସେଦିନ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ  ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ଘନଘନ କରତାଳିରେ କଲମ୍ବସ ହଲ୍ ଗୁଞ୍ଜରିତ ହୋଇଥିଲା । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ ।

{"id":156406}

୧୧ ସେପ୍ଟେମ୍ବର ୧୮୯୩ । ସ୍ଥାନ- ଶିକାଗୋ । ଆମେରିକାବାସୀ, ଭାଇ ଓ ଭଉଣୀ । ବାସ୍ ଏଇ କଥା ପଦକ ଶ୍ରୋତାଙ୍କ ମଧ୍ୟରେ ବିଦ୍ୟୁତ ସଞ୍ଚାରଣ ପରି ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ଘନ ଘନ କରତାଳିରେ ପ୍ରକମ୍ପିତ ହୋଇଥିଲା କଲମ୍ବସ୍ । ଯେଉଁଠି ଅନୁଷ୍ଠିତ ହୋଇଥିଲା ପ୍ରଥମ ବିଶ୍ବ ଧର୍ମ ମହାସଭା । ଏହି ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିଲେ ବିଶ୍ବର ବିଭିନ୍ନ ଧର୍ମ ସଂପ୍ରଦାୟର ଧର୍ମଗୁରୁମାନେ ତଥା ବିଦ୍ବାନମାନେ । ହେଲେ ମହାସଭାର ପ୍ରଥମ ଦିନରେ ଗୈରିକ ପୋଷାକ ଧାରୀ ଜଣେ ଯୁବକ ମାତ୍ର ସ୍ବଳ୍ପ ସମୟ ପାଇଁ ଏଭଳି ବକ୍ତୃତା ଦେଇ ଆମେରିକାବାସୀଙ୍କ ମନ କିଣିନେଇଥିଲେ । ମାତ୍ର ଦୁଇ ମିନିଟ ପାଇଁ ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିବା ଯୁବକ ଜଣକ ଥିଲେ ସ୍ବାମୀ ବିବେକାନନ୍ଦ ।

{"id":156407}

ନିଜ ଭାଷଣରେ ବିବେକାନନ୍ଦ କେବଳ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମର କଲ୍ୟାଣାକାରୀ ବାର୍ତ୍ତା ସମସ୍ତଙ୍କ ସାମ୍ନାରେ ରଖିଥିଲେ ତାନୁହେଁ, ମାନବ ଧର୍ମ ଏବଂ ମାନବ କଲ୍ୟାଣ ସଂପର୍କରେ ସନ୍ଦେଶ ବି ଦେଇଥିଲେ । ନିଜ ଭାଷଣରେ ସେ କହିଥିଲେ ଯେ, “ଆମେରିକାର ଭାଇ ଓ ଭଉଣୀମାନେ । ଆପଣଙ୍କର ଏହି ସ୍ନେହଭରା ଏବଂ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଅତ୍ୟନ୍ତ ଖୁସି । ମୁଁ ଆପଣଙ୍କୁ ବିଶ୍ବର ସର୍ବପ୍ରାଚୀନ ସନ୍ଥ ପରମ୍ପରା ପକ୍ଷରୁ ଧନ୍ୟବାଦ ଦେଉଛି । ସମସ୍ତ ଧର୍ମର ଜନନୀଙ୍କ ତରଫରୁ ଧନ୍ୟବାଦ ଦେଉଛି । ଏବଂ ସମସ୍ତ ଜାତି, ଧର୍ମ, ସଂପ୍ରଦାୟର କୋଟି କୋଟି ହିନ୍ଦୁବାସୀଙ୍କ ପକ୍ଷରୁ ଆପଣଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ।

{"id":156408}

ଯେଉଁ ବକ୍ତା ମାନେ ଏହି ମଞ୍ଚରେ କହିଛନ୍ତି ଯେ, ବିଶ୍ବରେ ସହନଶୀଳତାର ବିଚାର ସୁଦୂର ଦେଶ ଗୁଡିକ ପାଇଁ ପ୍ରଚାର ପ୍ରସାର ହୋଇଛି ସେହି ବକ୍ତାମାନଙ୍କୁ ମଧ୍ୟ ମୋ ତରଫରୁ ଧନ୍ୟବାଦ ।ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । କାରଣ ମୁଁ ଏଭଳି ଏକ ଧର୍ମ ସହ ଜଡ଼ିତ ଯିଏ, ବିଶ୍ବରେ ସହନଶୀଳତା ଏବଂ ସାର୍ବଭୌମିକ ସ୍ବୀକୃତୀର ପାଠ ପଢାଇଛି । ତେବେ ଆମେ କେବଳ ଏହି ସାର୍ବଭୌମିକତାରେ ବିଶ୍ବାସ ରଖୁ ତାନୁହେଁ, ବରଂ ବିଶ୍ବର ସବୁ ଧର୍ମକୁ ସ୍ବୀକାର କରୁଛୁ । ଧର୍ମ ନାଁରେ ଲୋକଙ୍କୁ ଯାତନା ସହିବାକୁ ପଡୁଥିବା ବେଳେ ଯେଉଁ ଦେଶ ସେମାନଙ୍କୁ ଶରଣ ଦେଇଛି, ସେଇ ଦେଶରେ ଜନ୍ମ ହୋଇ ମୁଁ ଗର୍ବିତ ।ମୋର ଆଶା ଯେ, ଏହି ସମ୍ମିଳନୀର ଶଂଖନାଦ ପ୍ରତ୍ୟେକ ମଣିଷଙ୍କ ଭିତରେ ଏକତା ଓ ସଦଭାବନା ସୃଷ୍ଟି କରିବ । ତେବେ ସେ ଅସ୍ତ୍ର ହେଉ ଅବା କଲମରେ ।”  ମାତ୍ର ଦୁଇ ମିନିଟ ପାଇଁ ଏଭଳି ଉଦବୋଧନ ଦେଇ ତାରକା ବକ୍ତା ପାଲଟିଥିଲେ ବିବେକାନନ୍ଦ ।ସବୁଠୁ ବଡ଼ କଥା ହେଲା, ଧର୍ମ ମହାସଭାରେ ଯୋଗ ଦେବାକୁ ଆସିଥିବା ପ୍ରତିନିଧିଙ୍କୁ ବାଦ୍ ଦେଇ ପ୍ରାୟ ସାତ ହଜାରରୁ ଅଧିକ ଦର୍ଶକ କଲମ୍ବସ୍ ହଲରେ ଆୟୋଜିତ ଧର୍ମ ମହାସଭାରେ ଉପସ୍ଥିତ ଥିଲେ ।ଆଉ ସମସ୍ତ ଶ୍ରୋତାଙ୍କ ମନ କିଣି ନେଇଥିଲେ ତେଜସ୍ବୀ ବିବେକାନନ୍ଦ ।

{"id":156409}

ଅମିତ ତେଜସ୍ବୀ ଯୁବ ସନ୍ୟାସୀ ଆମେରିକାର ଏହି ବିଶ୍ବ ଧର୍ମ  ମହାସଭା ସମ୍ମିଳନୀରେ ଅଂଶ ଗ୍ରହଣ କରିବାର ଆକାଂକ୍ଷା ନେଇ ବମ୍ବେ ବନ୍ଦରରୁ ଜାହାଜ ଯୋଗେ ଆମେରିକା ଯାତ୍ରା କରିଥିଲେ । ସ୍ବାମୀଜୀଙ୍କର ଏହି ଐତିହାସିକ ଶିକାଗୋ ବକ୍ତବ୍ୟ ତାଙ୍କୁ ସମଗ୍ର  ବିଶ୍ବରେ ଜ୍ଞାନର ଏକ ପ୍ରଦୀପ୍ତ  ସୂର୍ଯ୍ୟଭାବେ ପରିଚୟ ପ୍ରଦାନ କରିଥିଲା । ଶିକାଗୋ ଧର୍ମ ମହାସଭାରେ ବିବେକାନନ୍ଦ ବିଶ୍ବ ଭାତୃତ୍ବର ବାର୍ତ୍ତା ଦେଇଥିବାରୁ ସେହି ଦିବସକୁ ବିଶ୍ବ ଭାତୃତ୍ବ ଦିବସ ଭାବେ ପାଳନ କରାଯାଉଛି ।  ୧୮୯୩ରେ ବିଶ୍ବ ଧର୍ମ ସଂସଦରେ ସ୍ବାମୀ ବିବେକାନନ୍ଦ ନିଜ ଭାଷଣ ମାଧ୍ୟମରେ ବିଶ୍ବକୁ ଯେଉଁ ସନ୍ଦେଶ ଦେଇଥିଲେ ତାହା ଆଜି ବି ସେତିକ ପ୍ରାସଙ୍ଗିକ ହୋଇଛି ରହିଛି ।

{"id":156410}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.