ଦିଗବିଜୟ ସିଂହ ନ ଜିତିଲେ ଜୀବନ୍ତ ସମାଧି ନେବେ ସାଧୁ : ୫ କ୍ୱିଣ୍ଟାଲ ଲଙ୍କାରେ କରିବେ ଯଜ୍ଞ, ଜାଣନ୍ତୁ କିଏ

Published By : Prameya-News7 Bureau | April 30, 2019 IST

ଭୋପାଲ ୩୦/୪ : ଭୋପାଲ ଲୋକସଭା ଆସନରୁ କଂଗ୍ରେସ ମହାସଚିବ ଏବଂ ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ଲଢ଼ୁଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି ହିନ୍ଦୁତ୍ୱର ନୂଆ ମୁହଁ ସାଧବୀ ପ୍ରଜ୍ଞା ସିଂହ ଠାକୁର | ଭୋପାଲ ଲୋକସଭା ଆସନ ପାଇଁ ନିର୍ବାଚନ ପାଖେଇ ଆସିଲା ବେଳକୁ, ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ନୂଆ ନୂଆ ଦାବି କରାଯାଉଛି |


ଏହିଭଳି ଏକ ଦାବି କରିଛନ୍ତି ପଂଚାୟତି ଶ୍ରୀନିରଂଜନୀ ଅଖାଡା ମହାମଣ୍ଡଳେଶ୍ୱର ଶ୍ରୀ ବୈରାଗ୍ୟନନ୍ଦ ଗିରି ମହାରାଜ | ସୋମବାର ଦିନ ସେ କହିଥିଲେ ଯେ, ସେ ଦିଗବିଜୟ ସିଂହଙ୍କ ପାଇଁ ଏକ ଲଙ୍କା ଯଜ୍ଞ କରିବେ | ସେ କହିଛନ୍ତି ଯେ, ଯଦି ଦିଗବିଜୟ ସିଂହ ଚଳିତ ନିର୍ବାଚନରେ ବିଜୟୀ ନ ହୁଅନ୍ତି ତାହେଲେ ସେ ଜୀବନ୍ତ ସମାଧି ଗ୍ରହଣ କରିବେ | ଯେଉଁଠାରେ ସେ ଯଜ୍ଞ କରିବେ ସେହିସ୍ଥାନରେ ସେ ଜୀବନ୍ତ ସମାଧି ଗ୍ରହଣ କରିବେ |

{"id":108976,"align":"center"}


ଶ୍ରୀ ବୈରାଗ୍ୟନନ୍ଦ ଗିରି ମହାରାଜ ଭୋପାଲରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏବେ ଭୋପାଲରେ ସନାତନ ଧର୍ମକୁ ବଣ୍ଟା ଯାଉଛି, ଧର୍ମ ଉପରେ ଲୋକେ ରାଜନୀତି କରୁଛନ୍ତି | ସେ କହିଛନ୍ତି, ହିନ୍ଦୁତ୍ୱ ଉପରେ ରାଜନୀତି ହେବା କଥା ନୁହେଁ, ସନାତନ ଧର୍ମ ଉପରେ ରାଜନୀତି ହେବା କଥା ନୁହେଁ | ଦିଗବିଜୟଙ୍କ ସହ ଭାରତର ସନ୍ଥ ରହିଛନ୍ତି ବୋଲି ସେ କହିଛନ୍ତି |


ଦିଗବିଜୟଙ୍କ ବିଜୟକୁ ନେଇ ଶ୍ରୀ ବୈରାଗ୍ୟନନ୍ଦ ଗିରି ମହାରାଜ ପ୍ରଣ କରି କହିଛନ୍ତି ଯେ, ୫ ତାରିଖରେ ମା' କାମାକ୍ଷାଙ୍କ ପ୍ରଚଣ୍ଡ ୫ କ୍ୱିଣ୍ଟାଲ ଲଙ୍କାରେ ଯଜ୍ଞ ହେବ | ଏହି ଯଜ୍ଞରେ ସମ୍ପୂର୍ଣ ନାଲି ଲଙ୍କା ରହିବ | ଲଙ୍କା ଯଜ୍ଞ କରିବା ଦ୍ୱାରା ଦିଗବିଜୟ ନିଶ୍ଚୟ ଜିତିବେ ବୋଲି କହିଛନ୍ତି | ଯଦି ଦିଗବିଜୟ ନ ଜିତନ୍ତି ତାହେଲେ ସେ ସେହି ଯଜ୍ଞ ସ୍ଥଳରେ ଜୀବନ୍ତ ସମାଧି ନେବେ ବୋଲି କହିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.