Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !

15/06/2021 at 9:53 AM

କଣ୍ଟାବାଞ୍ଜି,୧୫/୦୬: ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା । ସୈତାନ ସ୍ୱାମୀ ନିଜ ସ୍ତ୍ରୀକୁ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଛି । ମୃତକ ସ୍ତ୍ରୀ ହେଲେ ଉର୍ମିଳା ମାଝୀ । ସୋମବାର ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ଧାମନଡଙ୍ଗା ଗାଁର ଜୟରାମ ମାଝୀ ଅନେକ ସମୟରେ ସ୍ତ୍ରୀଙ୍କ ସହ  ଝଗଡା କରୁଥିଲେ । ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଉର୍ମିଳାଙ୍କ ପରିବାର ଲୋକ ଏବଂ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡାର ସମଧାନ କରିଥିଲେ । ପରେ ଏହି ଝଗଡା ସମାଧାନ ନହେବା ଯୋଗୁ ଥାନାରେ ଅଭିଯୋଗ କରିଥିଲେ ଉର୍ମିଳା ।

ତେବେ ସୋମବାର ବିଳମ୍ବିତ ରାତିରେ ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହା ଧିରେଧିରେ ଉଗ୍ର ରୁପ ନେଇଥିଲା । ଜୟରାମ ଉର୍ମିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାଯାଇଛି । କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

   Related Posts