ଠେକୁଆ ମାଂସ ପାଇଁ ସ୍ତ୍ରୀକୁ ହତ୍ୟା, ଟାଙ୍ଗିଆରେ ଆକ୍ରମଣ କରି ମାରିଦେଲା ନୃଶଂସ ସ୍ୱାମୀ

Published By : Prameya-News7 Bureau | October 17, 2021 IST

ପାଟଣାଗଡ, ୧୭/୧୦: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ  ଭରତବାହାଲ ଗାଁରେ ।  

ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ସମୟରେ ଅଭିଯୁକ୍ତ ସ୍ୱାମୀ ପୁରନ୍ଦର ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲା   । ଘରେ ପତ୍ନୀ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ପୁରନ୍ଦର ଜିଦ୍ ଧରିଥିଲା ।  ଯାହାକୁ ଅମ୍ବିକା ବିରୋଧ କରିଥିଲେ  ।ଏଥିରେ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା ପୁରନ୍ଦର।

ଘଟଣାସ୍ଥଳରେ ଅମ୍ବିକାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରନ୍ଦର ଫେରାର ହୋଇଯାଇଛି  । ଖବର ପାଇ ଲରମ୍ଭା ପୋଲିସ,  ସାଇଣ୍ଟିଫିକ୍ ଟିମ୍ ପାଟଣାଗଡ ଉପଖଣ୍ଡ ମାଜିଷ୍ଟ୍ରେଟ କ୍ଷିରୋଦ ସାହୁଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।ଅଧିକ ତଦନ୍ତ ଏବଂ ଅଭିଯୁକ୍ତ ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.