ଘରୋଇ କଳିରୁ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ୱାମୀ

Published By : Prameya-News7 Bureau | November 11, 2021 IST

ଢେଙ୍କାନାଳ, ୧୧|୧୧: ସ୍ତ୍ରୀକୁ ପିଟିପିଟି ହତ୍ୟା । ଘରୋଇ କଳିରୁ ସାଙ୍ଘାତିକ କାଣ୍ଡ । ସ୍ୱାମୀର କାଠ ଫାଳିଆ ମାଡ଼ରେ ଜୀବନ ହାରିଲା ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ

ମୃତକ ହେଲେ ଗ୍ରାମର ରେଖା ପ୍ରଧାନ । ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ପ୍ରଧାନ ଫେରାର ହୋଇଯାଇଥିବା ବେଳେ ସଦର ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ରେଖା ପ୍ରଧାନ ଓ ସ୍ୱାମୀ ପ୍ରଦୀପ ଉଭୟ ଚାଉଳିଆ ଗ୍ରାମର । ଉଭୟଙ୍କର ଗତ ଏକ ବର୍ଷ ତଳେ ବାହାଘର ହୋଇଥିଲା । ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ପ୍ରଧାନ ମଦ୍ୟ ପାନ କରି ଅନେକ ସମୟରେ ଘରକୁ ଫେରନ୍ତି ଓ ରେଖାଙ୍କ ସହ ପାଟିତୁଣ୍ଡ ହୋଇଥାଏ । ଯାହାକୁ ନେଇ ପତ୍ନୀ ରେଖା ମାନସିକ ଭାରସାମ୍ୟ ହରାଇଥିଲେ ।

ତେବେ ବୁଧବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ପ୍ରଦୀପ ଏକ କାଠ ଫାଳିଆରେ ରେଖାଙ୍କୁ ପିଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ସଦର ଥାନା ପୋକିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରୀରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.