Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆନ୍ଧ୍ରରେ ବାହା ହୋଇ ଲୁଚି ପଳାଇ ଆସିଥିଲା ସ୍ୱାମୀ, ନିର୍ଦ୍ଧୁମ ମାଡ ମାରି ଥାନାକୁ ନେଲା ସ୍ତ୍ରୀ

12/09/2021 at 12:00 PM

ମୁନିଗୁଡା,୧୨/୦୯: ପ୍ରେମ ବିବାହ କଲେ । ବିବାହ ପରେ ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିଲେ ଯୁବକ । ହତାଶ ପତ୍ନୀ ଖୋଜି ଖୋଜି ଆସି ରାୟଗଡା ବିଷମ କଟକରେ ସ୍ୱାମୀକୁ ଠାବ କରିଛି । ଏହାସହ ପିଟିପିଟି ପୋଲିସ ନିକଟରେ ହାଜର କରିଛି ।

ସୂଚନାନୁସାରେ, ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମରେ ରୁହନ୍ତି ସୁମନ କୁସୁଳିଆ । ସେ  ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ସେଠାରେ ତାଙ୍କର ପାଡେରୁ ଗ୍ରାମର ବେଳସୁରୁ କୁମାରୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଧିରେଧିରେ  ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ  । ତିନି ମାସ ଏକାଠି ରହିବା ପରେ ସୁମନ କୁମାରୀକୁ ଛାଡି ଗାଁକୁ ଚାଲି ଆସିଥିଲେ । ସେଦିନ ଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ  । ତେବେ ସୁମନ ବିଷମକଟକ ଅଟୋ ଚଳାଉଥିବା ଜାଣି ପାରି ଏଠାକୁ ଆସି ନିର୍ଦ୍ଧୁମ ପିଟିବା ସହ ଥାନାରେ ହାଜର କରିଥିଲେ ।

   Related Posts