'କରୋନା ମୁକାବିଲା ପାଇଁ ଗଡକରୀଙ୍କୁ ଦିଆଯାଉ ଦାୟିତ୍ୱ', ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ,୦୬/୦୫: ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । କୋଭିଡ୍ ମୁକାବିଲା ନେଇ ଦେଲେ ଗୁରୁମନ୍ତ୍ରୀ । ଏହାସହ ମୁକାବିଲା ପାଇଁ ନୀତିନ ଗଡକରୀଙ୍କୁ ଦାୟିତ୍ୱ ଦିଆଯାଉ ବୋଲି ସେ କହିଛନ୍ତି ।

ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେଇଛନ୍ତି କି, ସେ ଦେଶରେ କରୋନା ମୁକାବିଲା ଦାୟିତ୍ୱ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପ୍ରଦାନ କରନ୍ତୁ । ଗଡକାରୀ ପୂର୍ବରୁ ଅନେକ ଥର ନିଜର ପରିଚାଳନାଗତ ଦକ୍ଷତା ସାବ୍ୟସ୍ତ କରିଛନ୍ତି ।

{"id":448984,"sizeSlug":"large","linkDestination":"none"}

ସ୍ୱାମୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତ ପୂର୍ବରୁ ଇସଲାମିକ ଶାସକଙ୍କ ଆକ୍ରମଣ ଓ ଇଂରେଜମାନଙ୍କ ଦ୍ୱାରା ଉପନିବେଶବାଦର ଶିକାର ହେବା ପରେ ବି ଯେମିତି ବର୍ତ୍ତି ଯାଇଥିଲା, କରୋନା ସଂକ୍ରମଣରୁ ସିଏ ସେମିତି ବର୍ତ୍ତିଯିବ । କିନ୍ତୁ ଦେଶରେ ଆଗାମୀ ଦିନରେ କରୋନାର ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି ଯାହା ପିଲାମାନଙ୍କୁ ସଂକ୍ରମିତ କରିବ । ତେଣୁ ତା’ ପୂର୍ବରୁ କରୋନା ପରିଚାଳନା ଦାୟିତ୍ୱ ସେ ଗଡକରୀଙ୍କୁ ଦିଅନ୍ତୁ । ଏଥିପାଇଁ ପିଏମଓ ଉପରେ ନିର୍ଭର କରି କିଛି ଲାଭ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.