ଗୁଣୁପୁର୧୭/୪: ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ। ଗୁଣୁପୁର କଇଠ ପଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତା ମହିଳାଙ୍କ ନାଁ ଝୁନୁ ଶବର ଏବଂ ଅଭିଯୁକ୍ତ ସ୍ବାମୀର ନାଁ ପାତ୍ର ଶବର। ପୋଲିସ୍ର ସୂଚନା ଅନୁସାରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲେ। ଏହି ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀ ରାଗରେ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ୍ ଗିରଫ କରି ତଦନ୍ତ ଚଳାଇଛି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...