ସ୍ବାମୀ-ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା: ଜଙ୍ଗଲରେ ପଡ଼ିଥିଲା ମୃତଦେହ, ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ୍‌

Published By : Prameya-News7 Bureau | March 16, 2020 IST

ଗଜପତି୧୬/୩: ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁରେ ଡବଲ ମର୍ଡର ହୋଇଛି। କେହି ଜଣେ ଦୁର୍ବୃତ୍ତ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଦୁଇ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଛି। ମୃତକ ଦୁହେଁ ହେଲେ ଗାଁର ପଟିମା ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ। ଦୁହିଙ୍କ ଶବ ସୋମବାର କୁଡିମା ଜଙ୍ଗଲରୁ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଗୁଣି ଗାରେଡିକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏହି ହତ୍ୟା ଘଟଣାର ପ୍ରକୃତ ଦୋଷୀଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗୁଣିଗାରେଡ଼ିକୁ ନେଇ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ କିଏ ହତ୍ୟା କରିଥାଇ ପାରେ। ମିଳିଥିବା ସୂଚନା ଅନୁସାରେ, ପଟିମା​‌ଙ୍କ ଛାତିରେ ଧାରୁଆ ହସ୍ତ୍ରରେ ପ୍ରହାର କରି ତାଙ୍କୁ ହତ୍ୟା କରାଯାଇଥିବା ବେଳେ ଧାରୁଆ ହସ୍ତ୍ରରେ ପତ୍ନୀ ସବିତାଙ୍କ ଗଳାକାଟି ହତ୍ୟା କରାଯାଇଛି। ପୁଣି ଉଭୟଙ୍କ କ୍ଷତାକ୍ତ ସ୍ଥାନରେ ଲଙ୍କାଗୁଣ୍ଡ ଢ଼ଳା ଯାଇଥିବା ଦୃଶ୍ୟ ମଧ୍ୟ ରହିଛି। ଅନ୍ୟପଟେ ବିଭିନ୍ନ ଆଧାରରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.