Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦେଖାଦେଲେନି ସତ୍ୟବାନ : ଶାଶୂଘର ଦୁଆରେ ପୂଜା ଥାଳି ଧରି ବସିଲେ ସାବିତ୍ରୀ, କବାଟ ଖୋଲିଲେନି ସ୍ୱାମୀ

11/06/2021 at 10:18 AM

ବ୍ରହ୍ମପୁର, ୧୧/୦୬: ସବୁ ସ୍ତ୍ରୀଙ୍କ ମନରେ ସାବିତ୍ରୀ ବତ୍ର ପାଳନ କରିବାକୁ ଉତ୍ସାହ ରହିଥାଏ । ସ୍ୱାମୀର ମଙ୍ଗଳ କାମନା କରି ବ୍ରତ କରିଥାଏ ସ୍ତ୍ରୀ । ଯେତେ କଳହ ହେଲେ ମଧ୍ୟ ସାବିତ୍ରୀ ପୂଜାରେ ସ୍ୱାମୀ ପାଖକୁ ସ୍ତ୍ରୀ ଆସିଯାଏ । ଗୁରୁବାର ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୋସାଇଁନୂଆଗାଁ ଥାନା ଅଞ୍ଚଳରେ। ଭଡ଼ାଘରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ପଳେଇ ଆସିଲେ । କିନ୍ତୁ ବ୍ରତ ପାଳନ କରିବାକୁ ସ୍ୱାମୀ ପଛେ ପଛେ ସ୍ତ୍ରୀ ମଧ୍ୟ ଆସିଥିଲେ । ସ୍ୱାମୀକୁ ଦେଖିଲେ ହିଁ ପାଣି ପିଇବେ । ଏନେଇ ପୂଜା ଥାଳି ଧରି ଶ୍ୱଶୁର ଘର ଆଗରେ ବସି ରହିଛନ୍ତି ସାବିତ୍ରୀ । ସନ୍ଧ୍ୟାରେ ଗୋସାଇଁନୂଆଗାଁ ପୁଲିସ ସୂଚନା ପାଇ ପହଞ୍ଚିଥିଲା । ଶ୍ୱଶୁର ଘର ଲୋକ ଓ ମହିଳାଙ୍କୁ ଥାନାକୁ ଡାକି ଆପୋଷ ବୁଝାମଣା କରିବାକୁ ଉଦ୍ୟମ କରିଛି । କିନ୍ତୁ ଏହାର ସମାଧାନ ହୋଇପାରିନଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ପ୍ରକାରେ ଗୋସାଇଁନୂଆଗାଁ ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ବିବାହ ହୋଇଥିଲା । ବିବାହକୁ ସ୍ୱୀକୃତି ଦେଇନଥିଲେ ପୁଅର ପରିବାର ଲୋକ । ୩ମାସ ତଳେ ଉଭୟଙ୍କ କୋର୍ଟରେ ବିବାହ ହୋଇଥିଲା ଏବଂ ବିଜିପୁର ଅଞ୍ଚଳରେ ଭଡ଼ା ଘରେ ସ୍ୱାମୀ ସ୍ତ୍ରୀ ରହୁଥିଲେ । ଗତ ୧୦ଦିନ ତଳେ କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମନାନ୍ତର ହୋଇଥିଲା । ସ୍ତ୍ରୀକୁ ଭଡ଼ା ଘରେ ଛାଡ଼ି ସ୍ୱାମୀ ତାଙ୍କ ନିଜ ଘରକୁ ଚାଲିଯାଇଥିଲେ । ସାବିତ୍ରୀ ଅମାବାସ୍ୟା ହୋଇଥିବାରୁ ଶ୍ୱଶୁର ଘରକୁ ଯାଇଥିଲେ ମହିଳା । କିନ୍ତୁ ଘରର କବାଟ କେହି ଖୋଲି ନଥିଲେ ।

ମହିଳା ଜଣକ ସ୍ୱାମୀର ମୁହଁ ଚାହିଁଲେ ହିଁ ବ୍ରତ ସାରିବେ ବୋଲି କହି ସେଠାରେ ପୂଜାଥାଳି ଧରି ବସି ରହିଥିଲେ । ମଧ୍ୟାହ୍ନରୁ ସନ୍ଧ୍ୟା ହୋଇଯାଇଥିଲା କିନ୍ତୁ ତାଙ୍କ ସ୍ୱାମୀ ଆସିନଥିଲେ । ଗୋସାଇଁନୂଆଗାଁ ଥାନା ପୁଲିସ ଉଭୟଙ୍କୁ ଡାକି ବୁଝାସୁଝା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ଉଭୟଙ୍କ କଳହ ମାମଲା ମହିଳା ଥାନାରେ ଥିବାରୁ ଉଭୟଙ୍କୁ ସେଠାକୁ ପଠାଇଦେଇଥିବା ସୂଚନା ମିଳିଛି । ଏ ନେଇ ପୁଲିସ, ମହିଳା ଓ ତାଙ୍କ ଶ୍ୱଶୁର ଘର ଲୋକ କିଛି କହିବାକୁ ନାରାଜ ।

   Related Posts