Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍ବାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ କରୋନାରେ ଆଖି ବୁଜିଲେ ପତ୍ନୀ: ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଦୁଃଖର ଛାୟା

22/09/2020 at 4:30 PM

ପୁରୀ୨୨/୯: ସ୍ୱାମୀଙ୍କ ମୃତ୍ୟୁ ପରେ କରୋନାରେ ଆଖି ବୁଜିଲେ ପତ୍ନୀ। ଗତ ରବିବାର ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।

ପରିବାର ତରଫରୁ ମିଳିଥିବା ସୂଚନାନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିବା ସହ ଖିଆପିଆ ବି ଛାଡ଼ି ଦେଇଥିଲେ। ତେବେ ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ରବିବାର ସକାଳେ ହଠାତ୍ ପ୍ରେମାନନ୍ଦ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ବେଳେ ସେ ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ମାତ୍ର ଦୁଇ ଦିନ ଭିତରେ ପରିବାରର ଦୁଇ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହରାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ ପ୍ରେମାନନ୍ଦ। ରବିବାର ଭୋର ୪ଟାରେ ତାଙ୍କର ଛାତି ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଦୁ ସୁଆର ନିଯୋଗର ସମ୍ପାଦକ ଥିଲେ ପ୍ରେମାନନ୍ଦ।

   Related Posts