'ମୁଁ ଅଛି କିଛି ହେବନି': କନିଆଁକୁ କାନ୍ଧରେ ଧରି ନଦୀ ପାର୍ କଲା ବର, ଦେଖନ୍ତୁ ଫଟୋ

Published By : Prameya-News7 Bureau | June 29, 2021 IST

ପାଟନା, ୨୯/୦୬ :   କନିଆଁକୁ କାନ୍ଧରେ ଧରି ନଦୀ ପାର୍ କଲା ବର । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ନିଜର ନବ ବିବାହିତା ପତ୍ନୀଙ୍କୁ କାନ୍ଧରେ ଧକି ନଦୀ ପାର୍ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ବିହାରର କିଶନଗଞ୍ଜ ଜିଲ୍ଲାରେ ସାମ୍ନାକୁ ଆସିଛି ।

ସୂଚନାଅନୁସାରେ, କିଶନଗଞ୍ଜର ସିଙ୍ଘୀମାରୀ କନକଇ ନଦୀର ପଲସା ଘାଟରେ ଏହି ଘଟଣା ଘଟିଛି । ଶନିବାର ଜିଲ୍ଲାର ପ୍ରଖଣ୍ଡ ଅଞ୍ଚଳରେ ଥିବା ଲୋହାଗୋଡା ଗ୍ରାମରେ ଏକ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲୋହାଗୋଡା ଗ୍ରାମରୁ ବରଯାତ୍ରୀ ବାହାରି ପଲସା ଗାଁରେ ପହଁଚିଥିଲେ । ରବିବାର ପଲସା ଗ୍ରାମରୁ ବରଯାତ୍ରୀ ଲୋହାଗୋଡା ଗ୍ରାମକୁ ଫେରୁଥିଲେ । ଏହି ରାସ୍ତାରେ ଏକ ନଦୀ ପଡିଥିଲା । ତେବେ ଗାଡିଯିବାରେ ଅସୁବିଧା ହେବାରୁ ସମସ୍ତେ କାରରୁ ଓହ୍ଲାଇଥିଲେ । ନଦୀରେ ଓଦା ହେବାର ସମ୍ଭାବନା ଥିବାରୁ ବର କନିଆଁକୁ କାନ୍ଧରେ ଧରି ନଦୀ ପାର୍ କରିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସୂଚନାଯୋଗ୍ୟ, ପଲସା ସୀମାବର୍ତ୍ତୀ ଗ୍ରାମ ଅଟେ । ଏହା ନେପାଳ ନିକଟରେ ଅବସ୍ଥିତ । ତେଣୁ ସୀମାରେ ପ୍ରବାହିତ କନକଇ ନଦୀରେ ପୋଲ ତିଆରି ହୋଇପାରୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.