Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଜନ୍ମଦିନରେ ଲିଭିଗଲା ଜୀବନ ଦୀପ : ଶୀଘ୍ର ଘରକୁ ଫେରିବାକୁ ସ୍ୱାମୀକୁ କହିଥିଲା ସ୍ତ୍ରୀ, କିନ୍ତୁ ବାଟରେ ଜଗିଥିଲା ଯମ…

5/06/2021 at 12:13 PM

ଯାଜପୁର ୦୫/୦୬: ଏମିତି ଆସେ ମୃତ୍ୟୁ। ଜନ୍ମଦିନରେ ଲିଭିଗଲା ଜୀବନ ଦୀପ। ଶୁକ୍ରବାର ଥିଲା ଦୁର୍ଗଚରଣ ଓରଫ୍‌ ରାଜୁଙ୍କ ୩୨ତମ ଜନ୍ମ ଦିବସ । ବଡ଼ି ଭୋରୁ ଗାଧୁଆ ପାଧୁଆ ସାରି ବାପା ମା’ଙ୍କ ଆଶୀର୍ବାଦ ନେବା ପରେ ପତ୍ନୀଙ୍କ ସହିତ ଗାଁ ମନ୍ଦିରକୁ ଯାଇ ନିଜର ମଙ୍ଗଳ କାମନା କରିଥିଲେ । ଜନ୍ମଦିନ ଥିବାରୁ ପତ୍ନୀ ଦୁର୍ଗାଚରଣକୁ ମନ୍ଦିର ଭୋଗ ଓ ମିଠା ଖୁଆଇ ଦେଇଥିଲେ । ଖାଇପିଇ ସାରି ଦୁର୍ଗାଚରଣ ପ୍ରତିଦିନ ପରି ନିଜ ବାଇକ୍‌ ଧରି ବ୍ୟବସାୟ କାମରେ ଘରୁ ବାହାରି ପଡିଥିଲେ । ଜନ୍ମଦିନ ଥିବାରୁ ପତ୍ନୀ ଲକ୍ଷ୍ମୀ ଦୁର୍ଗାଚରଣକୁ ସଅଳ ଘରକୁ ଫେରି ଆସିବାକୁ କହିଥିଲେ । ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା । ଘରକୁ ଫେରୁଥିବା ରାସ୍ତାରେ ଛକି ବସିଥିଲା ଯମ । ଦୁର୍ଘଟଣା ଘଟି ଜୀବନ ଚଲିଗଲା । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଯାଜପୁର ବ୍ଲକ ତଥା ଯାଜପୁର ଟାଉନ ଥାନା ଜାହାନପୁର ପଞ୍ଚାୟତର ବାଛିଆରୀ ଗ୍ରାମରେ ଘଟିଛି ।

ସୂଚନା ମୁତାବକ, ତିନି ମାସ ପୂର୍ବ ବିବାହ କରିଥିବା ଗ୍ରାମର ଦୁର୍ଗାଚରଣ ମହାନ୍ତି ଓରପ୍‌ ରାଜୁଙ୍କର ଜନ୍ମ ଦିନରେ ଜୀବନଦୀପ ଲିଭିଯାଇଛି । ବାଛିଆରୀ ଗ୍ରାମ ସୁରଜ ମହାନ୍ତିଙ୍କ ପୁଅ ଦୁର୍ଗାଚରଣ ଓରଫ୍‌ ରାଜୁ ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଘରୁ ବାହାରି ନିଜ ବ୍ୟବସାୟରେ ସିଂହପୁର ଯାଇଥିଲେ । କାର୍ଯ୍ୟ ସମାପ୍ତ ପରେ ଦୁର୍ଗାଚରଣ ନିଜ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଯାଜପୁର ଟାଉନ-ସିଂହପୁର ରାଜ୍ୟ ସଡ଼କ ପଥ ଅନ୍ତର୍ଗତ ତାଉଁତରା ଛକ ନିକଟରେ ଏକ ବାଇକ୍‌ ଦୁର୍ଗାଚରଣଙ୍କ ପଛପଟୁ ଧକ୍କା ଦେଇଥିଲା ।

ଫଳରେ ଭାରାସାମ୍ୟ ହରାଇ ଦୁର୍ଗାଚରଣ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଖୁବ୍‌ଜୋରରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯାଜପୁର ଟାଉନ ଥାନା ପୁଲିସ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୂ ପଠାଇଥିଲେ। ଏହି ଖବର ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ତବ୍ଦ ହୋଇଯାଇଥିଲେ । ଦୁର୍ଗାଚରଣଙ୍କ ଘରେ କାନ୍ଦବୋବାଳି ପଡ଼ିଥିଲା । ପତ୍ନୀ ଲକ୍ଷ୍ମୀ ବାରମ୍ବାର ଚେତାଶୂନ୍ୟ ହୋଇପଡୁଥିଲେ । ସକାଳୁ ମନ୍ଦିରରେ ଉଭୟ ପତି ଓ ପତ୍ନୀଙ୍କୁ ଦେଖିଥିବା ଅନେକ ଗ୍ରାମବାସୀ ଘଟଣାକୁ ବିଶ୍ୱାସ କରିପାରୁ ନଥିଲେ ।

   Related Posts