Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ, ସ୍ୱାମୀ ମୃତ

9/06/2021 at 7:57 AM

ଯାଜପୁର, ୦୯|୦୬:  ଯାଜପୁର ଜିଲ୍ଲା କାଳିଆପାଣି ଥାନା ଟିକରପଡା ଗାଁରେ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ଦମ୍ପତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କଲେ ପଡୋଶୀ। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ସେହି ଗ୍ରାମର ମାଗୁଣୀ ଜୁଆଙ୍ଗ। ପୋଲିସ ଅଭିଯୁକ୍ତ ମୁଖିଆ ଜୁଆଙ୍ଗକୁ ଗିରଫ କରିଛି। ୨ ବର୍ଷ ତଳେ ମୁଖିଆ ଜୁଆଙ୍ଗଙ୍କ ପୁଅ ରୋଗରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ହୋଇଥିଲା। ତେବେ ପଡୋଶୀ ମାଗୁଣୀ ଜୁଆଙ୍ଗର ସ୍ତ୍ରୀ ଗୁରୁବାରି ଜୁଆଙ୍ଗ ଗୁଣିଗାରେଡି କରି ତାଙ୍କ ପୁଅକୁ ମାରିଥିବା ସେ ସନ୍ଦେହ କରିଥିଲେ। ପରେ ଏନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

   Related Posts