ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ତିରୋଧାନ ଦିବସ ପାଇଁ କନ୍ଧମାଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | August 10, 2020 IST

ଫୁଲବାଣୀ୧୦/୮: ମଙ୍ଗଳବାର ଜନ୍ମାଷ୍ଟମୀ ଏବଂ ଲକ୍ଷଣାନନ୍ଦ ସରସ୍ୱତୀଙ୍କର ତିରୋଧାନ ଦିବସ ଅବସରରେ କନ୍ଧମାଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳାଶପେଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଇଁ ଆୟୋଜନ ଚାଲିଥିବା ବେଳେ ସ୍ୱାମୀଜୀଙ୍କୁ ଦୁର୍ବୃତମାନେ ଗୁଳି କରି ହତ୍ୟା କରିଥିଲେ । ଏହି ସମୟରେ କନ୍ଧମାଳ ସହ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କନ୍ଧମାଳରେ ଏହାପରେ ଦଙ୍ଗା ହୋଇଥିଲା ।

ସେହିଦିନଠାରୁ ଚକାପାଦରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଅଛି । ଆଇନ ଶୃଙ୍ଖଳାପରିସ୍ଥିତିକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିପାଇଁ ଉତ୍ତେଜନା ପ୍ରକାଶ ପାଇବାର ସମ୍ଭାବନା ଥିବା ସ୍ଥାନମାନଙ୍କରେ ପୋଲିସ୍‌ ମୁତୟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.