ସ୍ବାମୀ କାହାର? ୨ଜଣଙ୍କ ଭିତରେ ଚାଲିଥିଲା ତୁତୁ ମେଁମେଁ...

Published By : Prameya-News7 Bureau | February 25, 2020 IST

ଭୁବନେଶ୍ବର୨୫/୨: ଶେଷରେ ଜେଲ ଗଲେ ଦୁଇଜଣଙ୍କୁ ବିବାହ କରିଥିବା ଅଭିଯୁକ୍ତ ଯୁବକ । ପ୍ରଥମ ସ୍ତ୍ରୀଙ୍କୁ ପ୍ରେମ ବିବାହ କରି ତାଙ୍କ ସହିତ ଦିର୍ଘ ୪ବର୍ଷ ବିତାଇବା ପରେ ଗତ ଏକ ବର୍ଷ ଧରି ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ । ଆଉ ଦିତୀୟ ଯୁବତୀ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ଥାନାରେ ଲିଖିତ ଅଭିଯୋଗ କରିବା ପରେ କମିସନରେଟ ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

{"id":229165,"sizeSlug":"large"}

ସ୍ବାମୀ କାହାର। ପ୍ରଥମ ସ୍ତ୍ରୀ ଯାହାକୁ ପ୍ରେମ କରି ବୈଦିକ ରିତିରେ ବାହା ହୋଇଥିଲେ ତାର ନାଁ ଯେଉଁ ଝିଅକୁ ମିଛକହି  ମନ୍ଦିରରେ ଫୁଲମାଳ ବଦଳ କରି ବାହା ହୋଇଥିଲେ ତାର । ସ୍ବାମୀକୁ ନେଇ ସହିଦ ନଗର ଥାନାରେ ଦୁଇ ଯୁବତୀଙ୍କ ମଧ୍ୟରେ ଚାଲିଥିଲା କସରତ । ଦୁଇଜଣ ଯୁବତୀ ଶସାଂକ ମହନ୍ତ ନାମକ ଯୁବକକୁ ନିଜର ସ୍ବାମୀ ବୋଲି ଦାବି କରିଥିଲେ। ଆଉ ଶେଷରେ ଦିତିୟ ସ୍ତ୍ରୀ  ବିରୁଦ୍ଧରେ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ପରେ ଶସାଂକଙ୍କୁ  ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । 

{"id":229166,"sizeSlug":"large"}

ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ ଥିଲା ଯେ ତାଙ୍କୁ ଅବିବାହିତ କହି ଶସାଂଙ୍କ ମନ୍ଦିରରେ ବିବାହ କରିଥିଲେ । ବହୁଦିନ ପରେ ଶସାଂଙ୍କ ବିବାହିତ ଜାଣିବା ପରେ ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ତୁତୁ ମେଁମେଁ । କଥା ଏପରି ବଢିଥିଲା ଯେ ଘଟଣା ଆସି ପହଁଚିଥିଲା ସହିଦ ନଗର ଥାନାରେ । ଦ୍ବିତୀୟ ପତ୍ନୀଙ୍କ କହିବା କଥା ମୋ ସହିତ ଶସାଂଙ୍କ ଯେଉଁଭଳି ଛଳନା କରି ମୋତେ ମୋହରା ବନାଇଦେଲେ , ସେଭଳି ଅନ୍ୟ କୌଣସି ଝିଅ ପକ୍ଷରେ ନହେଉ । ଆଉ ଭୁଲ କରିଥିବା ସଶାଙ୍କ ନିଜ ଭୁଲ ପାଇଁ ଦଣ୍ଡ ପାଉ ।

{"id":229167,"sizeSlug":"large"}

ଶସାଙ୍କ କିନ୍ତୁ ଶେଷ ପର୍ଯ୍ୟନ୍ତ ଦୁଇଜଣଙ୍କୁ ପାଖରେ ରଖିବାକୁ ରାଜିଥିଲେ । କିନ୍ତୁ ଶେଷରେ ତାଙ୍କୁ ଦ୍ବିତୀୟ ପତ୍ନୀ ଫଶାଇ ଦେଇଥିବା କହିଥିଲେ । ମୁଁ କୌଣସି ଭୁଲ କରିନାହିଁ ବୋଲି ମଧ୍ୟ ନିଜ ସଫେଇରେ ଶସାଙ୍କ ମତ ଦେଇଥିଲେ । ତେବେ ଏଠାରେ ଭୁଲ କାହାର । ଶସାଙ୍କ , ପ୍ରଥମ ସ୍ତ୍ରୀ ନା ,ଦ୍ବିତୀୟ  ସ୍ତ୍ରୀର । ଯଦି ପ୍ରଥମ ସ୍ତ୍ରୀ ଶସାଙ୍କକୁ ନିଜ ପଣତ ତଳେ ରଖିଥାନ୍ତା ତେବେ ସେ ଅନ୍ୟ କାହାପାଖକୁ ଯାଇନଥାନ୍ତା । ଆଉ ଦ୍ବିତୀୟ ସ୍ତ୍ରୀ ଜଦି ଟିକିଏ ବୁଦ୍ଧି ଖର୍ଚ୍ଚ କରି ଶସାଙ୍କ ବିଷୟରେ ଝାଣିବାକୁ ଚେଷ୍ଟା କରିଥାନ୍ତା ତେବେ ସେ ମଧ୍ୟ ଠକିଯାଇନଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.