ସ୍ତ୍ରୀ ଓ ୨ ଝିଅକୁ ହାତୁଡିରେ ପିଟିପିଟି ମାରିଦେଲା ସ୍ୱାମୀ, ଚରିତ୍ରକୁ ସନ୍ଦେହ କରି ଘଟାଇଲା ଜଘନ୍ୟ କାଣ୍ଡ
3/03/2021 at 10:21 AM

ନୂଆଦିଲ୍ଲୀ, ୦୩/ ୦୩: ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୨ ଜିଅଙ୍କୁ ହାତୁଡିରେ ପିଟିପିଟି ହତ୍ୟା କରିଛନ୍ତି ।ତେବେ ଅନ୍ୟଜଣେ ଝିଅ ଗୁରୁତର ହୋଇ ପଡିଛି । ତେବେ ଅଭିଯୁକ୍ତ ପତି ଏହି କାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।
ପୋଲିସର କହିବାନୁସାରେ, ବୁଧବାର ସକାଳେ ବୁଲନ୍ଦସହରର ଆମ୍ବେଦକରନଗରରେ ରହୁଥିବା ସଉଦ ନିଜ ପତ୍ନୀ ଓ ୩ ଝିଅଙ୍କୁ ହାତୁଡିରେ ଆକ୍ରମଣ କରିଥିଲା ।ଏହି ଆକ୍ରମଣରେ ପତ୍ନୀ ଓ ୨ ଝିଅ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ ଜଣେ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ସଇଦ ପତ୍ନୀ ଓ ଝିଅର ଚରିତ୍ରକୁ ନେଇ ସନ୍ଦେହ କରିବା ପରେ ଏହି ଜଘନ୍ୟ କାଣ୍ଡ ଭିଆଇଛି ।
ଆହୁରି ମଧ୍ୟ ଅଭିଯୁକ୍ତ ସଇଦ ଜଣେ ମାନସିକ ରୋଗୀ ବୋଲି ପୋଲିସ କହିଛି । ଏବେ ସମସ୍ତ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଯାଇଛି । ଗୁରୁତର ଝିଅର ଚିକିତ୍ସା ଜାରି ରହିଛି । ଅଭିଯୁକ୍ତକୁ ଧରିବା ପାଇଁ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ପୋଲିସ ଚଢଉ ଜାରି ରଖିଛି ।