ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା

Published By : Prameya-News7 Bureau | May 16, 2021 IST

ଘଟଗାଁ,୧୬/୦୫:  ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ ।  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧିନସ୍ଥ ସତ୍ୟପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା |

ସୂଚନା ଅନୁସାରେ, ଗାଁର ବିମ୍ବାଧର ପାତ୍ର, ଯିଏକି ସତ୍ୟପାଳ ଗ୍ରାମର ଗ୍ରାମରକ୍ଷୀ(ଚଉକିଆ) ଭାବେ କାର୍ଯ୍ୟ କରନ୍ତି | ସେ ଶନିବାର ରାତିରେ ତାଙ୍କ ନିଜ ସ୍ତ୍ରୀ ଦୁଃଖି ପାତ୍ରଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି |

ଶନିବାର ରାତିରେ ଉଭୟ ସ୍ବାମୀ ସ୍ତ୍ରୀ ରାତି ଖାଇସାରି ଶୋଇଥିଲେ | ପରେ  ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ଯାହାଫଳରେ ରାତିର. ବିମ୍ବାଧର ତାଙ୍କ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲେ | ସକାଳୁ ପଡୋଶୀ ଲୋକ ଦୁଃଖି ପାତ୍ରଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ | ଖବର ପାଇ ହରିଚନ୍ଦନପୁର ପୋଲିସ ଅଭିଯୁକ୍ତ ବିମ୍ବାଧରକୁ ଗିରଫ କରିବା ସହିତ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.