Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କରୋନା ଭାକ୍ସିନରେ ଗୋ ତତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ସ୍ୱାମୀ ଚକ୍ରପାଣି, କହିଲେ ଏହା ସ୍ୱୀକାର ନୁହେଁ

27/12/2020 at 10:47 PM

ନୂଆଦିଲ୍ଲୀ ୨୭।୧୨: କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ବଞ୍ଚିବା ଲାଗି ସମ୍ପୂର୍ଣ୍ଣ ମାନବ ସମାଜ  ଭାକ୍ସିନକୁ ଆଶାପୂର୍ଣ୍ଣ ଆଖିରେ ଚାହିଁ ରହିଥିବା ବେଳେ ଏହାର ବିକାଶରେ ପଶୁ ତତ୍ୱର ସମ୍ପୃକ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ସମୟ ପୂର୍ବରୁ ଟିକାରେ ପୋର୍କ ଜିଲେଟିନ ବ୍ୟବହାର ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତୀୟ ମୁସଲମାନମାନେ ଏହାର ବିରୋଧ କରିଛନ୍ତି। ଏଥିରେ ଏବେ ଗୋ ତତ୍ୱ ଉପଯୋଗର ଚର୍ଚ୍ଚାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏହି ମର୍ମରେ ସେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ବେଳେ ଏପରି ଔଷଧ ଭାରତକୁ ଆଣିବା ପୂର୍ବରୁ ସରକାର ଓ ଅନ୍ତର୍ଜାତୀୟ କମ୍ପାନୀମାନେ ଏଥିଲାଗି ବ୍ୟବୃହତ ସାମଗ୍ରୀ ସମ୍ପର୍କରେ ଦେଶକୁ ସ୍ପଷ୍ଟ କରନ୍ତୁ। ଏହା ସ୍ପଷ୍ଟ ହେବା ଦରକାର ଏଥିରେ ଗୋ ରକ୍ତ, ମାଂସ, ଚର୍ବି ଅଥବା ଏପରି କୌଣସି ତତ୍ୱ ଯେପରି ସାମିଲ ନ ହୋଇଥାଏ ଯାହା ହିନ୍ଦୁ ସନାତନ ଧର୍ମର ଭାବନାକୁ ଆହତ କରୁଥାଏ। ପ୍ରସଙ୍ଗରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠ ଭୂମି କଥା ମଧ୍ୟ ମନେ ପକାଇ ଦେଇଛନ୍ତି।

ଚକ୍ରପାଣି କହିଛନ୍ତି ଯେ ଭାକ୍ସିନ ନିର୍ମାଣକାରୀ କମ୍ପାନୀମାନେ ଏଥିରେ କଣ କଣ ରସାୟନ ବ୍ୟବହାର କରିଛନ୍ତି ଓ ସେ ସବୁ କେଉଁଥିରୁ ସଂଗୃହୀତ ହୋଇଛି ସେ ବିଷୟରେ ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି। ସେ ଦେଶର ଧାର୍ମିକ ଭାବନାର ସୁରକ୍ଷା ଲାଗି ତାଙ୍କ ସନ୍ଦେହର ତୁରନ୍ତ ସମାଧାନ ଲାଗି ମଧ୍ୟ ଦାବି କରିଛନ୍ତି।

   Related Posts