Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶାଢୀରେ ନିଆଁ ଲାଗି ପୋଡିଗଲେ ସ୍ତ୍ରୀ, ଉଦ୍ଧାର କରିବାକୁ ଆସି ସ୍ୱାମୀ ମଧ୍ୟ ଗୁରୁତର

11/04/2021 at 10:37 AM

କରଞ୍ଜିଆ,୧୧/୦୪:  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନା କେଶଡିହା ପଞ୍ଚାୟତର ମିଟୁଆଣି ଗ୍ରାମରେ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଈ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣଙ୍କୁ ପରିବାର ଲୋକେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ପରେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ମିଟୁଆଣି ଗ୍ରାମର ଜଗମୋହନ ନାଏକଙ୍କ ସ୍ତ୍ରୀ ପାର୍ବତୀ ନାଏକ ଶନିବାର ବିଳମ୍ବିତ ରାତିରେ ଘରେ ଏକ ଡିବିରିକୁ ଜାଳୁଥିଲେ । ଏହି ସମୟରେ  ଅସାବଧାନତା ବଶତଃ ପିନ୍ଧି ଥିବା ଶାଢ଼ୀରେ ନିଆଁ ଲାଗି ଯାଇଥିଲା।। ଶାଢୀରେ ନିଆଁ ଲାଗିବା ପରେ ସ୍ତ୍ରୀ ପାଟି କରିବାରୁ ଘରେ ଶୋଇଥିବା ସ୍ୱାମୀ ଜଗମୋହନ ନିଆଁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ନିଆଁରେ ପାର୍ବତୀଙ୍କ  ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ପୋଡି ହୋଇଯାଇଥିଲା । ସେହିପରି  ସ୍ୱାମୀ ଜଗମୋହନଙ୍କ  ଦୁଇଟି ହାତ ପୋଡି ହୋଇ ଯାଇଛି।

   Related Posts