ନିରଞ୍ଜନୀ ଆଖଡାରୁ ବହିଷ୍କୃତ ହେଲେ ସ୍ୱାମୀ ଆନନ୍ଦ ଗିରି, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | May 15, 2021 IST

ପ୍ରୟାଗରାଜ ୧୫।୫:  କୁମ୍ଭ ଆୟୋଜକ ପଞ୍ଚାୟତୀ ଆଖଡା ଶ୍ରୀ ନିରଞ୍ଜନୀରୁ ସ୍ୱାମୀ ଆନନ୍ଦ ଗିରିଙ୍କୁ ଶନିବାର ବାହାର କରିଦେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ସେ ନିରଞ୍ଜନୀ ସମେତ ମଠ ବାଘମ୍ବରୀ ଗଦି ଓ ବଡ ହନୁମାନ ମନ୍ଦିରରୁ ମଧ୍ୟ ବାହିଷ୍କୃତ ହୋଇଛନ୍ତି। ପ୍ରୟାଗରାଜର ସଙ୍ଗମରେ ଅବସ୍ଥିତ ବଡ ହନୁମାନ ମନ୍ଦିରର ସାନ ମହନ୍ତ ଥିଲେ ଆନନ୍ଦ ଗିରି। ସେ ମଠ ମନ୍ଦିରର ସମ୍ପତ୍ତିକୁ ନିଜ ପରିବାର ଲାଗି ଉପଯୋଗ କରୁଥିବା ନେଇ ତାଙ୍କ ବିରୋଧରେ ଗୁରୁତର  ଅଭିଯୋଗ ଥିଲା।

ଆଗତ ଅଭିଯୋଗ ଯାଞ୍ଚରୁ ଏହା ପ୍ରମାଣିତ ହୋଇଥିବାର ଅଖିଳ ଭାରତୀୟ ଆଖଡା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି। ଏଣୁ ତାଙ୍କୁ ପଦପଦବୀରୁ ବହିଷ୍କୃତ କରିଦିଆଯାଇଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ଅନୁସାରେ ସନ୍ୟାସ ନେବା ପରେ ପରିବାର ସହ ସମ୍ପର୍କ ବର୍ଜନ କରିବାକୁ ପଡିଥାଏ। ତେବେ ସ୍ୱାମୀ ଆନନ୍ଦ ଗିରି ନିଜ ପରିବାର ସହ ନା କେବଳ ସମ୍ପର୍କ ରଖିଥିଲେ ମଠ ମନ୍ଦିରର ସମ୍ପତ୍ତିକୁ ପରିବାର ଲାଗି ଉପଯୋଗ ମଧ୍ୟ କରୁଥିଲେ ବୋଲି ସେ କହିଛନ୍ତି।

{"id":452989,"sizeSlug":"large","linkDestination":"none"}

ତେବେ ସ୍ୱାମୀ ଆନନ୍ଦ ଗିରିଙ୍କୁ ନିଷ୍କାସନ କରାଯିବ ପୂର୍ବରୁ ପଞ୍ଚ ପରମେଶ୍ୱରଙ୍କ ଦ୍ୱାରା ତାଙ୍କ ବିରୋଧରେ ଆଗତ ଅଭିଯୋଗର ଯାଞ୍ଚ କରାଯାଇଥିଲା। ଯାଞ୍ଚରେ ଅଭିଯୋଗ ପ୍ରମାଣିତ ହେବାରୁ ମହନ୍ତ ନରେନ୍ଦ୍ର ଗିରି କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି  ସୁପାରିଶ କରିଥିଲେ। ଏହି ସୁପାରିଶ ଆଧାରରେ ହରିଦ୍ୱାରରେ ପଞ୍ଚ ପରମେଶ୍ୱର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତାଙ୍କୁ ସମସ୍ତ ପଦପଦବୀରୁ ବହିଷ୍କାର କରିଦିଆଯାଇଛି।

{"id":452990,"width":840,"height":619,"sizeSlug":"large","linkDestination":"none"}

୨୦୧୯ରେ  ସ୍ୱାମୀ ଆନନ୍ଦ ଗିରି ଅଷ୍ଟ୍ରେଲିଆରେ ଗିରଫ  ହୋଇଥିଲେ। ସେଠାରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।  ଅଷ୍ଟ୍ରେଲିଆରେ ଭାରତୀୟ  ସନ୍ୟାସୀଙ୍କୁ ଜେଲଦଣ୍ଡାଦେଶ ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତାଙ୍କ ବିରୋଧରେ ଶିଷ୍ୟାଙ୍କସହ ମାରପିଟ ଓ ଅଭଦ୍ର ଆଚରଣର ଅଭିଯୋଗ ଥିଲା। ତେବେ ପରେ ସିଡନୀ କୋର୍ଟ ତାଙ୍କୁ ଜେଲରୁ ମୁକ୍ତ କରିଦେଇଥିଲେ। ଜେଲରୁ ମୁକୁଳିବା ପରେ ତାଙ୍କୁ ପାସପୋର୍ଟ ଫେରାଇ ଦିଆଯିବା ସହ ଭାରତ ପଠାଇ ଦିଆଯାଇଥିଲା। ମହନ୍ତ ନରେନ୍ଦ୍ର ଗିରିଙ୍କ ନିକଟତମ ଶିଷ୍ୟ ଥିଲେ ଆନନ୍ଦ ଗିରି। ସେହିଁ ତାଙ୍କୁ ହରିଦ୍ୱାରରୁ ପ୍ରୟାଗରାଜ ଆଣିଥିଲେ। ଆନନ୍ଦ ଗିରି ଯୋଗରେ ଧୁରିଣ ଥିଲେ ଓ ଯୋଗ ଶିଖାଇବା ଲାଗି ତାଙ୍କୁ ବିଭିନ୍ନ ଦେଶକୁ ପଠା ଯାଉଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.