ସ୍ବଚ୍ଛ ହେବ ବିନ୍ଦୁସାଗର ପୁଷ୍କରିଣୀ, ‘ସ୍ବଚ୍ଛ ବିନ୍ଦୁ ସାଗର’ ପ୍ରକଳ୍ପର ହେଲା ଶୁଭାରମ୍ଭ

Published By : Prameya-News7 Bureau | January 09, 2021 IST

ଭୁବନେଶ୍ବର ୯।୧: ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ହେଲା ଶୁଭାରମ୍ଭ । କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ଗ୍ୟାସ୍‍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲର ସିଏସ୍‍ଆର ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍, ଓବିସିସି ସହଯୋଗିତାରେ ଏହା କାର୍ଯ୍ୟକାରୀ ହେଉଛି ।

ବିନ୍ଦୁସାଗର ଜଳକୁ ସ୍ବଚ୍ଛ ଓ ନିର୍ମଳ କରିବା ଲାଗି ହାଇଡ୍ରୋ ଡାଇନାମିକ୍ କ୍ୟାଭିଟେସନ ନାମକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ । ଆବଶ୍ୟକ ହେଲେ ସେଥିରେ କେମିକାଲ ପ୍ରୟୋଗ କରାଯିବ । ଗତ ବର୍ଷ ଜୁନ୍ ମାସରେ ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ (ଓବିସିସି) ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‍ ଅଫ୍‍ କେମିକାଲ୍‍ ଟେକ୍ନୋଲୋଜି ଭିତରେ ବିନ୍ଦୁସାଗର ଜଳର ସ୍ବଚ୍ଛତାକୁ ନେଇ ବୁଝାମଣା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.