ଆଜିଠୁ ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ର ଶୁଭାରମ୍ଭ

Published By : Prameya-News7 Bureau | September 15, 2018 IST

ନୂଆଦିଲ୍ଲୀ ୧୫|୯: ଆଜିଠୁ ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ ଶୁଭାରମ୍ଭ ହେଉଛି । ୨ ଅକ୍ଟୋବର (ଗାନ୍ଧି ଜୟନ୍ତୀ) ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ରେ ଯୋଡ଼ି ହେବା ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଲା, ଯୁବକ, ବୃଦ୍ଧ, ମହିଳା, ସରକାରୀ କର୍ମଚାରୀ, ଫେମସ୍ ଲୋକଙ୍କ ସମେତ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ସେ ନିମନ୍ତ୍ରଣ ମଧ୍ୟ କରିଛନ୍ତି । ସ୍ବଚ୍ଛତା ହିଁ ସେବା ଅଭିଯାନର ଉଦ୍ଦେଶ୍ୟ ସ୍ବଚ୍ଛତା ପ୍ରତି ଅଧିକ ସାର୍ବଜନୀନ ଭାଗୀଦାରିତା ସୃଷ୍ଟି କରାଯିବ । ସ୍ବଚ୍ଛ ଭାରତ ଅଭିଯାନ ବାପୁଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରଧାନମନ୍ତ୍ରୀ ଏକ ଭିଡିଓ ଜରିଆରେ ପୂର୍ବରୁ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.