Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍‌କୁ ବଡ ସଫଳତା-ମାଓ ଆଡ୍ଡାରୁ ପ୍ରଥମଥର ପାଇଁ ମିଳଲା ଇନସାସ୍‌ ଲାଇଟ୍‌ ମେସିନ୍‌ ଗନ୍‌

7/02/2020 at 4:44 PM

ମାଲକାନଗିରି/ଭୁବନେଶ୍ୱର ୦୭।୦୨ –  ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ବିରୋଧୀ ଅପରେସନକୁ ବଡ ସଫଳତା । ଓଡିଶା ପୋଲିସ, ବିଏସ୍ଏଫ୍ , କୋବ୍ରା ଓ ଆନ୍ଧ୍ର ପୋଲିସର ମିଳିତ ଅପରେସନରେ ଠାବ ହୋଇଛି ସବୁଠୁ ବଡ ମାଓ କ୍ୟାମ୍ପ । ଜବତ ହୋଇଛି ବିପୁଳ ପରିମାରଣର ଅସ୍ତ୍ରଶସ୍ତ୍ର । ପ୍ରଥମ ଥର ପାଇଁ ମାଓ କ୍ୟାମ୍ପରୁ ମିଳିଛି ଇନସାସ୍ ଲାଇଟ ମେସିନ ଗନ୍ । ଏଭିତରୁ ଅନେକ ଅସ୍ତ୍ରଶସ୍ତ୍ର ଅତୀତରେ ପୋଲିସଠାରୁ ଲୁଟ ହୋଇଥିବା ଅନୁମାନ କରାଯାଉଛି ।

ଜବତ ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ୩ଟି ଇନସାସ ବନ୍ଧୁକ, ଗୋଟିଏ ଏସଏଲଆର ବନ୍ଧୁକ, ୩ ଟି କାର୍ବାଇନ ବନ୍ଧୁକ ସହ ଅନେକ ଗୁଳି, ଲ୍ୟାଣ୍ଡମାଇନ, ଡିଟୋନିଟର ଓ ଗ୍ରେନେଡ, ଟିଫିନ୍ ବୋମା, ଗନ୍ ପାଉଡର, ମାଗାଜିନ୍, କୋରେକ୍ସ ତାର ଇତ୍ୟାଦି । ଏହା ମାଓବାଦୀଙ୍କ ଦେଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ଶକ୍ତ ଝଟକା ବୋଲି ପୋଲିସ ଡିଜି କହିଛନ୍ତି ।

ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ୍ ସଫଳ । ଓଡିଶା ପୋଲିସ, ବିଏସ୍ଏଫ୍ , କୋବ୍ରା ଓ ଆନ୍ଧ୍ର ପୋଲିସକୁ ବିପୁଳ ସଫଳତା । ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଠାବ ହେଲା ସବୁଠୁ ବଡ କ୍ୟାମ୍ପ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ଜବତ ହୋଇଛି ବିପୁଳ ଅସ୍ତ୍ରଶସ୍ତ୍ର । ଏତେ ପରିମାରଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଯାହା ପୂର୍ବରୁ ହୋଇନଥିଲା । ମାଓବାଦୀଙ୍କ କ୍ୟାମ୍ପରୁ ପ୍ରଥମ କରି ମିଳିଛି ଇନଶାସ ଲାଇଟ୍ ମେସିନ୍ ଗନ୍ ଏବଂ ଅପଟିକାଲ୍ ସାଇଟ୍ ।

ଆନ୍ଧ୍ର ଓଡିଶା ସ୍ପେଶିଆଲ ଜୋନାଲ କମିଟିର ଏକ ବଡ ଟିମ ସ୍ଵାଭିମାନ ଅଞ୍ଚଳରେ ବେସ କିଛିଦିନ ଧରି କ୍ୟାମ୍ପ ଚଳାଇଥିବା ଗୁଇନ୍ଦା ରିପୋର୍ଟ ପରେ ଆରମ୍ଭ ହୋଇଥିଲା ଅପରେସନ୍ । ଏହାର ନେତୃତ୍ବ ନେଇଥିଲେ ମାକାଲକାନଗିରି ଏସ୍‌ପି । । ଜାନୁଆରୀ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ପୋଲିସ ଅପରେସନ । ୧୫ ତାରିଖରେ ଗୋଇକୁଣ୍ଡା ନିକଟରେ ଏଏସଓଜି ଏବଂ ଡିଭିଏଫ୍ ବାହିନୀ ସହ ଲାଲ କ୍ୟାଡରଙ୍କ ଗୁଳି ବିନିମୟ ହୋଇଥିଲା । ଏହାପରେ ଜୋରଦାର ହୋଇଥିଲା ସର୍ଚ୍ଚ ଅପରେସନ । ଶେଷରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା ।

ରାଜ୍ୟର ୧୮ ଟି ଜିଲ୍ଲାରୁ ୧୨ ଟି ଜିଲ୍ଲାକୁ ହ୍ରସା ପାଇଛି ମାଓବାଦୀଙ୍କ କାର୍ଯ୍ୟକଳାପ । ଆଗମାମୀ ଦିନରେ ଅପରେସନ ଜାରି ରହିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

   Related Posts