Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଝାରସୁଗୁଡାରେ ଆରମ୍ଭ ହେଲା ସ୍ୱାବ୍ ପରୀକ୍ଷା

7/07/2020 at 3:11 PM

ଝାରସୁଗୁଡା, ୦୭|୦୭: ଝାରସୁଗୁଡ଼ାରେ ଆରମ୍ଭ ହେଲା କରୋନା ଚିହ୍ନଟ ପାଇଁ ସ୍ୱାବ ପରୀକ୍ଷା । ଗତ କିଛିଦିନରେ ଝାରସୁଗୁଡ଼ାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ବଢ଼ିଛି । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଆଖି ଆଗରେ ରଖି ସୋମବାରଠୁ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ କୋଭିଡ ହସ୍ପିଟାଲ ପରିସରରେ କରୋନା ରୋଗୀଙ୍କ ସ୍ୱାବ ନମୁନାର ପରୀକ୍ଷଣର ଶୁଭାରମ୍ଭ କରାଯାଇଛି ।

ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନର ମିଳିତ ଉଦ୍ୟମରେ ପ୍ରଥମ କରି ଜିଲ୍ଲାରେ ଟ୍ରୁନେଟ୍ ଜରିଆରେ ଆରମ୍ଭ ହୋଇଥିଲା ବେଳେ ଆରଟିପିସିଆର ଯନ୍ତ୍ର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ଟ୍ରୁ ନେଟ୍ ଜରିଆରେ କରୋନା ରୋଗୀଙ୍କ ସଂଗୃହୀତ ସ୍ୱାବ ନମୁନା ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ରୋଗୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଛି ଓ ଏଥିରୁ ନେଗେଟିଭ ଥିବା ଜଣାପଡିଛି । ଏହାର ପରୀକ୍ଷଣ ସଫଳତାର ସହ ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ରୋଗୀଙ୍କ ସ୍ୱାବ ନମୁନା ଏଠାରୁ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଆଗାମୀ କିଛିଦିନ ମଧ୍ୟରେ ନମୁନା ପରୀକ୍ଷଣର ସଂଖ୍ୟା ବଢ଼ାଇବାର ଯୋଜନା ରହିଛି ।

ସୂଚନାଯୋଗ୍ୟ ଯେ କରୋନା ରୋଗୀ ଚିହ୍ନଟ ପାଇଁ ପ୍ରତିଦିନ ସ୍ୱାବ ନମୁନା ଭୁବନେଶ୍ୱର ସ୍ଥିତ ଆଇସିଏମଆରକୁ ପ୍ରତିଦିନ ପଠାଯାଉଥିଲା ।ଏଥିପାଇଁ ପ୍ରତିଦିନ ଗୋଟିଏ ସ୍ୱତନ୍ତ୍ର ଗାଡି ଭୁବନେଶ୍ୱରକୁ ଯାଉଥିଲା । ବର୍ତ୍ତମାନ ଝାରସୁଗୁଡ଼ାରେ ସ୍ୱାବ ନମୁନା ପରୀକ୍ଷା ହେବାରୁ ରିପୋର୍ଟ ଶିଘ୍ର ଆସିଲେ ଚିକିତ୍ସା ମଧ୍ୟ ସଠିକ ସମୟରେ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଝାରସୁଗୁଡା ରେ ସ୍ୱାବ ସଂଗ୍ରହ ଆରମ୍ଭ ହୋଇଥିବା ରୁ ଅଳ୍ପ କିଛି ସମୟ ମଧ୍ୟରେ  ରିପୋର୍ଟ ମିଳିପାରିବ।

   Related Posts