Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଭୁବନେଶ୍ୱରର ଚାରୋଟି ସ୍କୁଲରେ ହେବ ସ୍ୱାବ୍‌ ଟେଷ୍ଟ, ଖୋର୍ଦ୍ଧା ଡିଇଓଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଚିଠି

11/04/2020 at 12:51 PM

ଭୁବନେଶ୍ୱର ୧୧।୦୪: ଭୁବନେଶ୍ୱରରେ ୪ଟି ନିର୍ଦ୍ଦିଷ୍ଟ ସ୍କୁଲ ଖୋଲି ଏଠାରେ ସ୍ୱାବ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ । ଏସବୁ ସ୍କୁଲ ଗୁଡିକ ହେଉଛି- ଝାରପଡା ପ୍ରାଥମିକ ସ୍କୁଲ, ଚନ୍ଦ୍ରଶେଖରପୁର ବିଡିଏ ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଏବଂ ନୂଆପଲ୍ଲୀ ମମତାଜ ଅଲ୍ଲୀ ହାଇସ୍କୁଲ । ଏସବୁ ସ୍କୁଲରେ ଦୁଇ ଜଣ ଲେଖାଏଁ ଶିକ୍ଷକ, ଜଣେ ସୁଇପର ବା ନାଇଟ ୱ୍ବାଚମ୍ୟାନ ରହିବେ ।

ଏପ୍ରିଲ ୧୧ ଅର୍ଥାତ ଆଜିଠାରୁ ୧୭ତାରିଖ ପର୍ଯ୍ୟନ୍ତ ଏସବୁ ସ୍କୁଲ ଖୋଲିବାକୁ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏହି ସମୟ ଭିତରେ ମେଡିକାଲ ଟିମ୍ ନମୁନା ସଂଗ୍ରହ କରିବେ । ସ୍କୁଲରେ ଶିକ୍ଷକମାନେ ମେଡିକାଲ ଟିମ୍ କୁ ସହଯୋଗ କରିବେ । ସ୍କୁଲର ଶିକ୍ଷକ ଏବଂ ଅନ୍ୟ ସହଯୋଗୀମାନେ ଲକଡାଉନ ସମୟରେ ଯେପରି ସ୍କୁଲରେ ପହଞ୍ଚିପାରିବେ ସେନେଇ ସ୍ଥାନୀୟ ପୋଲିସକୁ ଆଗରୁ ଅବଗତ କରିବାକୁ ମଧ୍ୟ କୁହାଯାଇଛି ।

   Related Posts