Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହଙ୍ଗା ପେଟ୍ରୋଲ୍‌ରୁ ମିଳିବ ମୁକ୍ତି ! ବଜାରକୁ ଆସିବ CNG ଚାଳିତ ମାରୁତିର ବେଷ୍ଟ୍ ସେଲିଂ କାର

9/07/2021 at 10:00 AM

ନୂଆଦିଲ୍ଲୀ, ୦୯/୦୭: ପେଟ୍ରୋଲ୍‌-ଡିଜେଲ୍‌ର ଦାମ୍‌ ପ୍ରାୟତଃ ସମସ୍ତ ରାଜ୍ୟରେ ସେଞ୍ଚୁରୀ ମାରିଛି । ଯାହାକି ସିଧାସଳଖ ମଧ୍ୟବିତ୍ତଙ୍କ ଉପରେ ପ୍ରଭାବ ପକାଉଛି । ବଢ଼ୁଥିବା ଦାମ୍‌କୁ ନଜର ରଖି ଗ୍ରାହାକ ଏବେ CNG ଉପରେ ଫୋକସ୍‌ କରୁଛନ୍ତି । ଫଳରେ CNG କାର୍‌ ଗୁଡ଼ିକର ଚାହିଦା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଅଧିକ କାର ବିକ୍ରି କରୁଥିବା କମ୍ପାନୀ ମାରୁତିର CNG ପୋର୍ଟଫୋଲିଓ ରେ କିଛି ଭଲ ଗାଡ଼ି ରହିଛି । କିନ୍ତୁ କମ୍ପାନୀ ଏହି ପୋର୍ଟଫୋଲିଓରେ ଆଉ ଏକ ନୂଆ କାର ଯୋଡ଼ିବାକୁ ଯାଉଥିବା ଜଣାପଡ଼ିଛି ।

ମାରୁତି ସୁଜୁକିର ବେଷ୍ଟ୍‌ ସେଲିଂ କାର ମାରୁତି ଡିଜାୟାର ଖୁବ୍‌ଶିଘ୍ର CNG ଭାରିଏଣ୍ଟ୍‌ରେ ଲଞ୍ଚ୍‌ ହୋଇପାରେ ବୋଲି ଜଣାପଡ଼ିଛି । କମ୍ପାନୀ ଏହାର ଉତ୍ପାଦନ ଆରମ୍ଭ କରିଛି। କିଛିଦିନ ତଳେ ମାରୁତି ଡିଜାୟାରର CNG ଭାରିଏଣ୍ଟ୍‌ର ଟେଷ୍ଟିଂ କରାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସମୟରେ ମାରୁତିର ୱାଗନର, ସେଲେରିଓ, ଏସ୍‌-ପ୍ରେସୋ, ଏରିଟ୍‌ଜା, ଅଲ୍ଟୋ ୮୦୦ ଏବଂ ଇକୋ ଭଳି କାର୍‌ ଗୁଡ଼ିକରେ କମ୍ପାନୀ ତରଫରୁ CNG କିଟ୍‌ ଦିଆଯାଉଛି। ଏହି କାର୍‌ ଗୁଡ଼ିକରେ କମ୍ପାନୀ ଫିଟେଡ୍‌ CNG କିଟ୍‌ ରହୁଛି ମିଳୁଛି ।

ରାଜଧାନୀ ଦିଲ୍ଲୀରେ ମାରୁତି ସୁଜୁକି ଡିଜାୟାରର ଏକ୍ସ ସୋ ରୁମ୍‌ ପ୍ରାଇସ୍‌ ୫,୯୮,୦୦୦ ରହିଛି । ବର୍ତ୍ତମାନ କମ୍ପାନୀ ଡିଜାୟାରର ଡିଜେଲ୍‌ ଇଞ୍ଜିନ୍‌ ପ୍ରଜକ୍ସନ ବନ୍ଦ କରିଦେଇଛି । କମ୍ପାନୀର ତଥ୍ୟ ଅନୁସାରେ ମାରୁତି ଡିଜାୟାର ୨୪ କିଲୋମିଟର ପ୍ରତି ଲିଟର ମାଇଲେଜ୍‌ ଦେଇଥାଏ । ତେବେ ଗ୍ରାହାକଙ୍କ ଚାହିଦାକୁ ନଜରରେ ରଖି କମ୍ପାନୀ ଏହାର CNG ଭାରିଏଣ୍ଟ ଉତ୍ପାଦନ କରିବାକୁ ଯାଉଥିବା ଜଣାପଡ଼ିଛି ।

   Related Posts