ଫୋନ ଟ୍ୟାପିଂ ମାମଲା: ଦିଦିଙ୍କୁ ପାଲଟା ଜବାବ ଦେଲେ ଶୁଭେନ୍ଦୁ, କହିଲେ ‘ମମତାଙ୍କ ଡରରେ ଫୋନରେ କଥା ହେଉନାହାନ୍ତି ଟିଏମସି ନେତା’

Published By : Prameya-News7 Bureau | July 21, 2021 IST

କୋଲକାତା ୨୧/୦୭ : ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା କ୍ଷଣି ଆରମ୍ଭ ହୋଇଯାଇଛି ପେଗାସସ୍‌ ଯାସୁସିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । କେନ୍ଦ୍ର ରାଜନୀତିରେ ଏହି ମୁଦ୍ଦାକୁ ନେଇ ବିରୋଧୀମାନେ ଲଗାତାର ଭାବେ କାଉଣ୍ଟର କରିବାରେ ଲାଗିଛନ୍ତି । ସେପଟେ କିନ୍ତୁ ବିରୋଧୀଙ୍କ ମନ୍ତବ୍ୟକୁ ଖାରଜ କରୁଛି ଶାସକ ଦଳ ।

ଏହି ମାମଲାକୁ ନେଇ ପଶ୍ଚିମବଙ୍ଗରେ ମଧ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବିବାଦ ବଢିବା​‌ରେ ଲାଗିଛି । ଦିଦିଙ୍କ ବିରୁଦ୍ଧରେ ବଡ ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି, ‘ମମତା ବାନାର୍ଜୀ ସରକାର ତାଙ୍କ ଫୋନ ଟ୍ୟାପ୍‌ କରୁଛନ୍ତି । ସେଥିପାଇଁ ଫୋନରେ କଥା ହେବା ସମ୍ଭବ ହେଉନାହିଁ । ଯେତେବେ​‌ଳେ ବି କୌଣସି କଥାକୁ ନେଇ ଚର୍ଚ୍ଚା ହେବାର ଅଛି ସାମ୍ନାସାମ୍ନୀ କଥା ହେଉଛି ନଚେତ ହ୍ବାଟସ୍‌ଆପ୍‌ ଜରିଆରେ କଥା ହେଉଛି । ଏହା ଛଡା ଅନ୍ୟ ବିକଳ୍ପ କିଛି ନାହିଁ କାରଣ ଫୋନ୍‌ ଟ୍ୟାପ୍‌ ହେଉଛି । ଏହା ପଛରେ ଦିଦିଙ୍କ ହାତ ରହିଛି ।’ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ତାଙ୍କ ସରକାର କେବଳ ତାଙ୍କର ନୁହେଁ ବରଂ ବିଜେପିର ଅନେକ ନେତାଙ୍କର ଫୋନ ଟ୍ୟାପିଂ କରୁଛନ୍ତି । ଏପରିକି ଟିଏମ୍‌ସି ନେତାମାନଙ୍କର ମଧ୍ୟ ଫୋନ ଟ୍ୟାପିଂ କରାଯାଉଥିବା କହିଛନ୍ତି ଶୁଭେନ୍ଦୁ ।

ବେଙ୍ଗଲ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତୃଣମୂଳ କଂଗ୍ରେସ ଦଳର ଅନେକ ନେତାଙ୍କ ଫୋନ ମଧ୍ୟ ଟ୍ୟାପିଂ କରୁଛନ୍ତି ଦିଦି । ତୃଣମୂଳ କଂଗ୍ରେସ ନେତାମାନେ ମଧ୍ୟ ଫୋନରେ କଥା ହୋଇପାରୁନାହାନ୍ତି । ସେମାନେ ମଧ୍ୟ କେବଳ ହ୍ବାଟସ୍‌ଆପ୍‌ ମାଧ୍ୟମରେ କଥା ହେଉଛନ୍ତି । କାରଣ ସେମାନେ ମଧ୍ୟ ଜାରିଛନ୍ତି ଯେ ଦିଦି ନିଜେ ସେମାନଙ୍କ ଫୋନ ଟ୍ୟାପ୍‌ କରୁଛନ୍ତି ଏବଂ ତାଙ୍କ ସରକାର ପେଗାସସ୍‌ ସପ୍ଟଓ୍ବେୟାର ବ୍ୟବହାର କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.