Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟିଏମସିର ସମସ୍ତ ପଦରୁ ଇସ୍ତଫା ଦେଲେ ଶୁଭେନ୍ଦୁ ଅଧିକାରୀ, ୨୦ରେ ଧରିପାରନ୍ତି ପଦ୍ମ

17/12/2020 at 3:31 PM

କୋଲକାତା,୧୭/୧୨: ପଶ୍ଚିମବଙ୍ଗରେ ମନ୍ତ୍ରୀ ରହିଥିବା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ଗୁରୁବାର ଟିଏମସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହାପୂର୍ବରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । କୁହାଯାଉଛି ଯେ ସେ ଅତିଶୀଘ୍ର ବିଜେପିରେ ସାମିଲ ହେବେ ।

ମମତାଙ୍କ ମନ୍ତ୍ରୀମଣ୍ଡଳରୁ ଶୁଭେନ୍ଦୁ ଇସ୍ତଫା ଦେବା ପରେ ତାଙ୍କୁ ଦଳ ପକ୍ଷରୁ ଅନେକ ବୁଝାସୁଝା କରାଯାଇଥିଲା। ଯାହା ବିଫଳ ହୋଇଛି ।  ସେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କଥାରେ ଆସି ନାହାନ୍ତି। ଗତ ମଙ୍ଗଳବାର ଶୁଭେନ୍ଦୁ  ସ୍ଥାନୀୟ ଓ ବାହାର ଲୋକଙ୍କୁ ନେଇ ହେଉଥିବା ଆଲୋଚନା ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଥିଲେ। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ବାହାର ଲୋକେ ବୋଲି କୁହାଯାଇ ପାରିବ ନାହିଁ ବୋଲି ଶୁଭେନ୍ଦୁ କହିଥିଲେ। ସେମାନେ ପ୍ରଥମେ ଭାରତୀୟ ଓ ପରେ ବେଙ୍ଗଲୀ ବୋଲି କହିଥିଲେ ଶୁଭେନ୍ଦୁ।

ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ତାଙ୍କ ଛବି ବିଗାଡିବାକୁ ଚାହୁଁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୯ ଅଥବା ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶୁଭେନ୍ଦୁ ହୁଏତ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନଭେମ୍ବର ମାସରେ ଶୁଭେନ୍ଦୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

   Related Posts