Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ବିଜେପିରେ ମିଶିବେ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ , ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ପଶ୍ଚିମବଙ୍ଗ ରାଜନୀତି

1/01/2021 at 9:28 PM

କୋଲକାତା ୦୧/୦୧ :  ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ୨ ସପ୍ତାହ ପୂର୍ବେ ପଶ୍ଚିମବଙ୍ଗ କ୍ୟାବିନେଟରୁ ଇସ୍ତଫା ଦେବା ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ । ଏହା ସହ ଟିଏମସି ଅନେକ ବିଧାୟକ ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ।

ତେବେ ଏହାରି ମଧ୍ୟରେ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସୌମେନ୍ଦୁଙ୍କ ସହ ୫ ହଜାର ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତା ମଧ୍ୟ ଦଳ ଛାଡି ବିଜେପିରେ ମିଶିବେ । ପୂର୍ବ ମେଦିନିପୁରରେ ଶୁକ୍ରବାର ଏକ ଚାଷୀ ସମାବେଶ​‌​‌ରେ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ତାଙ୍କ ଭାଇଙ୍କ ସମେତ କିଛି କାଉନସିଲର ଏବଂ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହେବେ ।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ହୋଇପାରେ । ଏହା ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇପଡିଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜା ଏକ ସଭାକୁ ଉଦବୋଧନ ଦେଇ କହିଥିଲେ ଯେ, ପଶ୍ଚିମବଙ୍ଗରେ ବିଜେପି ଦୁଇ ଅଙ୍କ ସିଟ୍ ମଧ୍ୟ ଜିତି ପାରିବ ନାହିଁ । ସେପଟେ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ଘନଘନ ପଶ୍ଚିମବଙ୍ଗ ଗସ୍ତ ହଟଚମଟ ସୃଷ୍ଟି କରିଛି ।

ଚଳିତ ମାସରେ ମଧ୍ୟ ଶାହାଙ୍କର କୋଲକାତା ଗସ୍ତ ରହିଛି । ଶୁଣିବାକୁ ମିଳୁଛି ଆଉ କିଛି ଅସନ୍ତୁଷ୍ଟ ଟିଏମସି ନେତା ଦଳ ଛାଡି ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ପଶ୍ଚିମବଙ୍ଗ ରାଜନୀତି ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା ।

   Related Posts