ନନ୍ଦିଗ୍ରାମରେ ଆହୁରି ଜୋରଦାର ହେବ ବିଜେପି-ଟିଏମସି ଟକ୍କର, ଆଜି ନାମାଙ୍କନ ଦାଖଲ କରିବେ ଶୁଭେନ୍ଦୁ ଅଧିକାରୀ

Published By : Prameya-News7 Bureau | March 12, 2021 IST

କୋଲକାତା,୧୨/୦୩:  ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରୁ ଶୁକ୍ରବାର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ପତ୍ର ଦାଖଲ କରିବେ । ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ ବେଳେ ବିରାଟ ଶୋଭାଯାତ୍ରାର ଆୟୋଜନ କରିବେ ବୋଲି ସୂଚନା ମିଳିଛି । ତାଙ୍କ ସହ ତିନି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହାପୂର୍ବରୁ ମାର୍ଚ୍ଚ ୧୦ରେ ଏହି ଆଶନରୁ ଟିଏମସି ନେତ୍ରୀ ମମତା ବାନାର୍ଜୀ ନାମାଙ୍କନ ଦାଖଲ କରିଥିଲେ ।

ଶେଷ ଖବର ସୁଦ୍ଧା ଶୁଭେନ୍ଦୁ ନାମାଙ୍କନ ଦାଖଲ କରିବା ପାଇଁ ନିଜ ଘରୁ ବାହାରି ସାରିଛନ୍ତି । ପ୍ରଥମେ ସେ ସିଂହବାହିନୀ ମନ୍ଦିରରେ ପୂଜାର୍ଚ୍ଚନା କରି ନାମାଙ୍କନ ଭରିବା ପାଇଁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯିବେ ।

ଶୁଭେନ୍ଦୁଙ୍କ ନାମାଙ୍କନ ପରେ ନନ୍ଦିଗ୍ରାମରେ ଲଢେଇ ଆହୁରି ଜୋରଦାର ହେବ । ମମତା ବାନାର୍ଜୀ ଲଗାତର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବାହାର ଲୋକ କହୁଛନ୍ତି । ଏହାସହ ନିଜକୁ ନନ୍ଦିଗ୍ରାମର ଝିଅ ବୋଲି କହୁଛନ୍ତି । କିନ୍ତୁ ଶୁଭେନ୍ଦୁ ମମତାଙ୍କୁ ବାହାର ଲୋକ କହିବା ସହ ନନ୍ଦିଗ୍ରାମରେ ନିଜ ପତିଆରା ବିସ୍ତାର କରିବାରେ ଲାଗିଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମରୁ ଲଢି ବିଜୟୀ ହୋଇଥିଲେ । ସେତେବେଳେ ସେ ଟିଏମସିରେ ଥିଲେ । ଏବେ ସେ ବିଜେପିର ପ୍ରାର୍ଥୀ ଭାବେ ମମତାଙ୍କୁ ହରାଇବା ପାଇଁ ଅଣ୍ଟା ଭିଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.