ଭୁବନେଶ୍ୱରସ୍ଥିତ ଶୁଭଦ୍ରା ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

Published By : Prameya-News7 Bureau | June 27, 2020 IST

ଭୁବନେଶ୍ୱର, ୨୭|୦୬:  ରାଜଧାନୀ ଭୁବନେଶ୍ୱରର କଳାରାହାଙ୍ଗରେ ଥିବା ଶୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଧା ଜିଲ୍ଲାପାଳ ଏହାକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।

ଶୁଭଦ୍ରା ଆପାର୍ଟମେଣ୍ଟ ଭୁବନେଶ୍ୱର କଳାରାହାଙ୍ଗ ଗ୍ରାମ ପଞ୍ଚାୟତର ୮ ନମ୍ବର ଓ୍ୱାର୍ଡରେ ରହିଛି । ଏଠାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ  । ତେବେ ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଶନିବାର ସନ୍ଧ୍ୟା ୭ଟାରୁ ୩୦ ତାରିଖ ସନ୍ଧ୍ୟା ୭ଟା ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ।

ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୮୩କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.