ଶନିବାର ଏବଂ ରବିବାର ବନ୍ଦ ରହିବ ପାଟଣା ବଜାର, ସ୍ୱେଚ୍ଛାକୃତ ଭାବେ ବନ୍ଦ ନିଷ୍ପତ୍ତି ନେଲା ବଜାର କମିଟି

Published By : Prameya-News7 Bureau | April 30, 2021 IST

ପାଟଣା, ୩୦/୦୪: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ସଂକ୍ରମଣକୁ କମାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଞ୍ଚଳରେ ସପ୍ତାହନ୍ତ ଶଟ ଡାଉନ ଘୋଷଣା କରାଯାଇଛି ।

ଏପରି ପରିସ୍ଥିତିକୁ ନଜରରେ ରଖି ପାଟଣା ବଜାର କମିଟି ପକ୍ଷରୁ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଏବଂ ପାଟଣା ଥାନା ଅଧିକାରୀ ସୋମନାଥ ଜେନାଙ୍କୁ ଶୁକ୍ରବାର ପାଟଣା ବଣିକ ସଙ୍ଘ ତରଫରୁ ସ୍ବେଚ୍ଛାକୃତ ଭାବରେ ବଣିକ ସଙ୍ଘ ସଭାପତି ବୁଲୁ ଭଞ୍ଜ, ଅଜୟ ଦାଶ, ସହଦେଵ ବେହେରା, ଅଜୟ କୁମାର ବେହେରା, ଦାଶରଥୀ ଦାଶ ଓ ସଞ୍ଜୁ ଭଞ୍ଜ ପ୍ରମୁଖ ପାଟଣାର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଲିଖିତ ଜଣାଇଛନ୍ତି ।

ଏଥିରେ ବଜାର କମିଟି ତରଫରୁ ପ୍ରତି ଶନିବାର ଓ ରବିବାର ବଜାରକୁ ବନ୍ଦ କରିବା ପାଇଁ ଲଖିତ ଭାବରେ ଶନିବାର ଓ ରବିବାର ପାଟଣା ବଜାର ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.