Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମୁଣ୍ଡରେ ଲାଗିଥିଲା ଆଘାତ, ପେଟ କାଟି ଅପରେସନ କରିଦେଲେ ଡାକ୍ତର

21/09/2020 at 5:33 PM

ରାଞ୍ଚି ୨୧।୯: ଝାଡଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ ସାମଫର୍ଡ ହସ୍ପିଟାଲ ପୁଣି ଚର୍ଚ୍ଚାରେ। ମସ୍ତିଷ୍କରେ ଆଘାତ ଲାଗିବା ଯୋଗୁ ବ୍ରେନହାମରେଜ ହୋଇଥିବା ଜଣେ ରୋଗୀଙ୍କୁ ଏଠାର ଡାକ୍ତର ପେଟ କାଟି ଅପରେସନ କରିଦେଇଛନ୍ତି। ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାର ଲୋକେ ହସ୍ପିଟାଲ ବିରୋଧରେ କିଡନି ଚୋରି ଅଭିଯୋଗ ଆଣିବା ହସ୍ପିଟାଲର ପ୍ରତିଷ୍ଠାରେ କଳଙ୍କ ବୋଳିଛି। କିଛି ଦିନ ପୂର୍ବରୁ ଏଠାରେ କରୋନା ମୃତକଙ୍କ ଶବକୁ ନେଇ ହଙ୍ଗାମା ହୋଇଥିଲା। ଏଥିରେ ନୂଆ ଅଭିଯୋଗ ହସ୍ପିଟାଲ ଓ ଡାକ୍ତରଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି।

ମୃତକଙ୍କ ପରିଜନଙ୍କ ଅନୁସାରେ ସେପ୍ଟେମ୍ବର ୧୮ ତାରିଖ ଦିନ ଗୁଲଜାର ଅନସାରୀ ନାମକ ବ୍ୟକ୍ତି ହଜାରୀବାଗର ସୁତଲାନାରେ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ସାମଫର୍ଡ ହସ୍ପିଟାଲରେ ଭର୍ତି କରିଥିଲେ। ଡାକ୍ତର ପରୀକ୍ଷା କରି ତୁରନ୍ତ ଅପରେସନର ଆବଶ୍ୟକତା ଥିବାରୁ ଟଙ୍କା ଜମା କରିବାକୁ କହିଥିଲେ। ସେମାନେ ତୁରନ୍ତ ଟଙ୍କା ଜମା ମଧ୍ୟ କରିଥିଲେ। ସେହି ଅନୁସାରେ ଡାକ୍ତର ତାଙ୍କୁ ଅପରେସନ ଥିଏଟରକୁ  ନେଇଥିଲେ। ହେଲେ ଯେବେ ରୋଗୀ ବାହାରକୁ ବାହାରିଲେ ତାଙ୍କ ମୁଣ୍ଡ ବଦଳେ ପେଟ ଅପରେସନ ହୋଇଥିବା ପରିଜନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେପ୍ଟେମ୍ବର ୧୯ ତାରିଖରେ ରୋଗୀର ଶରୀରରେ କୌଣସି କ୍ରିୟା ମଧ୍ୟ ନଥିଲା। ଡାକ୍ତର ରୋଗୀଙ୍କ ପେଟରେ ମାର୍କର ମାରି ମଧ୍ୟ ଦେଖାଇଥିଲେ ରୋଗୀ କୌଣସି ପ୍ରତିକ୍ରିୟା ଦେଉ ନାହିଁ। ଏହା ସତ୍ତ୍ୱେ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ନ ହେବାରୁ ପରିବାର ଲୋକେ ଅନ୍ୟ ହସ୍ପିଟାଲକୁ ରୋଗୀଙ୍କୁ ନେଇ ଯିବାକୁ ଚାହିଁବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଦେଇଥିଲେ।

   Related Posts