Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସୁଜୈନ ଖାନ୍‌ଙ୍କ ଭଉଣୀ ଫରାହ ଖାନ୍ ଅଲିଙ୍କ ଘରେ ପହଞ୍ଚିଲା କରୋନା, କ୍ବାରେଣ୍ଟାଇନ୍‌ରେ ପୂରା ପରିବାର

15/04/2020 at 9:29 AM

ମୁମ୍ବାଇ ୧୫।୪: ଜ୍ବେଲରୀ ଡିଜାଇନର୍ ଫରାହ ଖାନ୍ ଅଲିଙ୍କ ଏକ ଟ୍ବିଟ୍ ଏବେ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ଘରର ଜଣେ କର୍ମଚାରୀ କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଛି । ଫରାହଙ୍କ ଟ୍ବିଟ୍ ପରେ ଅନେକ ସେଲିବ୍ରିଟି ଟ୍ବିଟ୍ ଯୋଗେ ଚିନ୍ତା ପ୍ରକଟ କରିଛନ୍ତି ।

ଫରାହ ଖାନ ଅଲି ହେଉଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଏବଂ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ।

ଫରାହ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରରେ ଟ୍ବିଟ୍ କରି କହିଛନ୍ତି ଯେ, “କୋଭିଡ୍-୧୯ ର ଖବର ଭାଇରସ୍ ଅପେକ୍ଷା ଶୀଘ୍ର ବ୍ୟାପୁଛି । ମୋ ଘରର ଜଣେ କର୍ମଚାରୀ କରୋନା ଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି । ତେଣୁ ମୁଁ ତାଙ୍କୁ କ୍ବାରେଣ୍ଟାଇନରେ ପଠାଉଛି । ଆଜି ମୁଁ ଘରର ସମସ୍ତଙ୍କର ପରୀକ୍ଷା କରାଇଛି । ଘରର ସମସ୍ତେ କ୍ବାରେଣ୍ଟାଇନ୍ ରେ ଅଛନ୍ତି । ସୁରକ୍ଷିତ ରୁହ ଏବଂ ଦୃଢ ରୁହ । ଏହା ମଧ୍ୟ ଟଳିଯିବ ।”

ଏହି ଟ୍ବିଟ୍ ପରେ ଫରାହ ଆହୁରି ଅନେକ ଟ୍ବିଟ୍ କରିଛନ୍ତି । ଯେଉଁଥିରେ ସେ ସମସ୍ତଙ୍କୁ ସତର୍କ ଏବଂ ସଚେତନ ହେବାକୁ କହିଛନ୍ତି । ଅଭିନେତ୍ରୀ ପୂଜା ବେଦୀ ଫରାହଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି ଯେ ସମସ୍ତେ ଏକ ଭଲ ଉପାୟରେ ଆଗକୁ ବଢିବେ… ଆପଣ ନିଜକୁ ଦୃଢ ଏବଂ ସକାରାତ୍ମକ ରଖନ୍ତୁ… ଅନେକ ଭଲପାଇବା… ଏହି ସମୟ ମଧ୍ୟ ଅତିକ୍ରମ କରିଯିବ ।

   Related Posts