ସୁଜାନ ଖାନ୍‌ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍, ଅନଲାଇନରେ ସତର୍କ ରହିବାକୁ ଦେଲେ ପରାମର୍ଶ

Published By : Prameya-News7 Bureau | October 20, 2020 IST

ନୂଆଦିଳ୍ଲୀ ୨୦/୧୦: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଇଣ୍ଟେରିୟର ଡିଜାଇନର ସୁଜାନ ଖାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହାର ଏକ ଫଟୋ ସେୟାର କରି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସେ କହିଛନ୍ତି। ଏହା ସହ ସେ ଲୋକଙ୍କୁ ହ୍ୟାକରଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସୁଜାନ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ଥାନ୍ତି। ପ୍ରାୟତଃ ଇନଷ୍ଟାଗ୍ରାମରେ ବିଭିନ୍ନ ପୋଷ୍ଟ ସେୟାର କରନ୍ତି। ବିଶେଷକରି ପରିବାର ତଥା ନିଜ କାମକୁ ନେଇ ବିଭିନ୍ନ ଫଟୋ ସେ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି।

wp:core-embed/instagram {"url":"https://www.instagram.com/p/CGiQt-TDfqx/","type":"rich","providerNameSlug":"instagram","className":""}
https://www.instagram.com/p/CGiQt-TDfqx/
/wp:core-embed/instagram

ଦିନକୁ ଦିନ ଲୋକେ ଫେସବୁକ ହେଉ କି ଇନଷ୍ଟାଗ୍ରାମ ଅନଲାଇନରେ ବେଶି ସକ୍ରିୟ ହେଉଛନ୍ତି। ଅନଲାଇନରେ ରହିବା ବେଳେ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ହ୍ୟାକ୍ ହେବା ପରେ ତାଙ୍କ ଆକାଉଣ୍ଟ ନିୟନ୍ତ୍ରଣକୁ ଆସିଥିବା କହିଛନ୍ତି।

ସୁଜାନ ପୋଷ୍ଟ ସେୟାର କରି ଘଟଣାର ବିସ୍ତୁତ ତଥ୍ୟ ବି ପ୍ରଦାନ କରିଛନ୍ତି। ତାଙ୍କ ଇନଷ୍ଟା ଆକାଉଣ୍ଟ ନକଲି ଇ-ମେଲ ମାଧ୍ୟମରେ ହ୍ୟାକ ହୋଇ ଥିଲା। ସେଥିପାଇଁ କୌଣସି ଅଜଣା ଇ-ମେଲ ବା ମେସେଜ ଉପ​‌ରେ କ୍ଲିକ୍ ନ କରିବାକୁ ସେ ଚେତାଇ ଦେଇଛନ୍ତି।ଖୁବ କମ୍ ସମୟ ମଧ୍ୟରେ ସ୍ଥିତିକୁ ନିୟନ୍ତ୍ରଣରେ ଆଣି ଆକାଉଣ୍ଟ ଠିକ କରିଥିବାରୁ ଇନଷ୍ଟାଗ୍ରାମ ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସୁରକ୍ଷିତ ରହିବା ତଥା ଭାଇରାଲ ଚୋରଙ୍କଠାରୁ ସାବଧାନ ରହିବାକୁ କହିଛନ୍ତି ସୁଜାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.