Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

12/11/2019 at 11:12 PM

 ଆନନ୍ଦପୁର ୧୨।୧୧ -ଆନନ୍ଦପୁର ଥାନା ଫକିରପୁର ଗାଁରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବାପଘର ତରଫ ରୁଘଟଣାର  ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

 ଏହି ଘଟଣା ରେ କେହି ଗିରଫ ହୋଇନାହାନ୍ତି । ଫକିରପୁର ଗ୍ରାମର ଗଙ୍ଗାଧର ଗୁଇଁ ଙ୍କ ସାନପୁଅ ବିଶ୍ଵନାଥ ଙ୍କ ପତ୍ନୀ ଅର୍ଣ୍ଣପୁର୍ଣ୍ଣା ଙ୍କ ମୃତ ଦେହ ଘର ଭିତରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।ପରିବାର ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେବାସହ ବାପଘର ଲୋକଙ୍କୁ ଖବର କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ୨୦୦୭ ମସିହାରୁ ଅନ୍ନପୂର୍ଣ୍ଣା ଙ୍କ ବିବାହ ହୋଇଥିଲେ ହେଁ ବିଭିନ୍ନ ସମୟରେ ସ୍ୱାମୀ ଙ୍କ ସହ ଝଗଡା ଲାଗିରହିଥିବା ବାପଘର ଲୋକେ କହିଛନ୍ତି ଏପରିକି ଝଗଡା ଯୋଗୁ ଅନେକ ସମୟରେ ଅନ୍ନପୂର୍ଣ୍ଣା ଶାଶୁଘର ଛାଡି ବାପଘର କୁ ଚାଲି ଆସିଥିବା ଅଭିଯୋଗ ହୋଇଛି।

ତେବେ ଅନ୍ନପୂର୍ଣ୍ଣା ଯେ ଏଭଳି ଚରମ ପଦକ୍ଷେପ ନେବ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବାପ ଘର ଲୋକେ। ଉପଯୁକ୍ତ ତଦନ୍ତ ଦାବି ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଅନ୍ନପୂର୍ଣ୍ଣା ଙ୍କ ଦାଦା କୃଷ୍ଣଚନ୍ଦ୍ର ଦାଶ।ତେବେ ଏ ସମ୍ପର୍କରେ ରେ ସ୍ବାମୀ ବିଶ୍ବନାଥ କୈଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

   Related Posts