ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ମଶାଣିରୁ ମୃତଦେହ ଖୋଳି ପୋଲିସର ତଦନ୍ତ
26/10/2019 at 12:14 PM

ଆନନ୍ଦପୁର ୨୬।୧୦: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅତା ଗାଁରେ ଅଭିମନ୍ୟୁ ନାଥଙ୍କ ମୃତ୍ୟୁ ପରେ ପରିବାର ଲୋକେ ଶବକୁ ନେଇ ନଦୀ ପଠା ନିକଟ ଶ୍ମାଶାନରେ ପୋତି ଦେଇଥିଲେ । ମାତ୍ରାଧିକ ନିଶା ସେବନ କରି ଘରେ ପାଟିତୁଣ୍ଡ କରୁଥିବା ବେଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି ।

ହେଲେ ଅଭିମନ୍ୟୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଚର୍ଚ୍ଚା ହେବାରୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ନଦୀପଠା ଶ୍ମଶାନରୁ ମୃତଦେହକୁ ଖୋଳି ବାହାର କରି ତଦନ୍ତ ଚଳାଇଛି । ମୃତ ଅଭିମନ୍ୟୁଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021