ଭୁବନେଶ୍ୱରରେ ଚାଞ୍ଚଲ୍ୟ: ୫ ବର୍ଷ ଶିଶୁର ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକଙ୍କ ଅଭିଯୋଗ, 'ଆମ ପୁଅକୁ ପଡୋଶୀ ମାରିଛନ୍ତି'

Published By : Prameya-News7 Bureau | June 03, 2020 IST

ଭୁବନେଶ୍ବର୩/୬: ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁନିଆ ଦେଖିବା ଆଗରୁ ଜୀବନ ଦୀପ ଲିଭିଗଲା। ୫ ବର୍ଷର ଶିଶୁକୁ ପଡୋଶୀ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପଡୋଶୀ ଶିଶୁଟିକୁ ହତ୍ୟା କରିଛି। ଏନେଇ ଖଣ୍ଡଗିରୀ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଶିଶୁଟି ବେକରେ ରଶି ଲଗାଇ ହତ୍ୟା କରିଥିବା ଜଣାପଡିଛି। ଦିନ ୧ଟା ବେଳେ ପଡୋଶୀ ସେହି ଶିଶୁଟିକୁ ଘରକୁ ଡାକି ନେଇଥିଲେ। ଏମିତି କଣ ଘଟିଲା, ଯାହାଫଳରେ ଶିଶୁଟି ହତ୍ୟା କରି ଦେଲେ ପଡୋଶୀ।

ଜୀବନ ଓ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ କଣ ଜାରି ନଥିବା ଶିଶୁକୁ କିଏ ଓ କାହିଁକି ହତ୍ୟା କଲା , ତାହା ନେଇ ପୋଲିସ ତନାଘନା ଆରମ୍ଭ କରିଛି। ବର୍ଷକର ଛୁଆ କଣ ବା ସେ ଜାଣିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ଆତ୍ମହତ୍ୟା କରିଥିବା  ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ପ୍ରକୃତ ଘଟଣା କଣ ଏବଂ କାହିଁକି ତାଙ୍କୁ ହତ୍ୟା କରାଯାଇଛି, ଏନେଇ ଖଣ୍ଡଗିରି ପୋଲିସ ତାହାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.