ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ କଲା ପୋଲିସ

Published By : Prameya-News7 Bureau | October 17, 2019 IST

ସାନଖେମୁଣ୍ଡି ୧।୧୦: ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତ ଗୁଣସଗାର ଗାଁରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ସେହି ଗାଁର କାଳିଆ ଲେଙ୍କାଙ୍କ ପତ୍ନୀ ବବିତା ଲେଙ୍କା । ଭଡା ଘରେ ରାତିରେ ପରିବାରର ଦୁଇ ଝିଅ ସହ ଖାଇ ପିଇ ଶୋଇଥିଲେ । ହେଲେ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣାସ୍ଥଳରେ ପାଟପୁର ପୋଲିସ ପହଁଞ୍ଚି ତଦନ୍ତ ଚଳାଇଛି । ବବିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.