ବିମାନବନ୍ଦରରୁ ମିଳିଲା ସନ୍ଦେହଜନକ ବ୍ୟାଗ୍ : ଆରଡିଏକ୍ସ ରହିଥିବାର ଆଶଙ୍କା

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ ୧/୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ସନ୍ଦେହଜନକ ଅବସ୍ଥାରେ ଏକ ବ୍ୟାଗ୍ ମିଳିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ବ୍ୟାଗରେ ଆରଡିଏକ୍ସ ହୋଇପାରେ। ସୂଚନା ଅନୁଯାୟୀ, ଏକ କଳା ରଙ୍ଗର ବ୍ୟାଗ୍ ଏୟାରପୋର୍ଟର ଟର୍ମିନାଲ-୩ରେ ମିଳିଛି। ଏହାକୁ ବିମାନ ବନ୍ଦରରେ ସୁରକ୍ଷା ପାଇଁ ମୁତୟନ ହୋଇଥିବା ସିଆଇଏସଏଫ ଜବାନମାନେ ଦେଖିଥିଲେ। ପରେ ଡଗ୍ ସ୍କ୍ବାର୍ଡ଼ ଏବଂ ଏକ୍ସପ୍ଲୋସିଭ ଡିଟେକ୍ଟର ସାହାଯ୍ୟରେ ଏହାର ଯାଞ୍ଚ କରାଯାଇଥିଲା। ବ୍ୟାଗ୍ ମିଳିବା ପରେ କିଛି ସମୟ ପାଇଁ ଏୟାରପୋର୍ଟରେ ଲୋକଙ୍କ ଯାତାୟତ ରୋକି ଦିଆଯାଇଥିଲା।

{"id":177551,"width":589,"height":364}

ଦିଲ୍ଲୀ ପୋଲିସଙ୍କ କହିବାନୁସାରେ ତାଙ୍କ ପାଖକୁ ବିଳମ୍ବିତ ରାତିରେ ୧ଟା ବେଳେ ଫୋନ୍ ଆସିଥିଲା,ଏହା ପରେ ଟର୍ମିନାଲ ୩ର ଗେଟ୍ ନମ୍ବର ୨ପାଖରେ ସନ୍ଦେହଜନକ ଅବସ୍ଥାରେ ବ୍ୟାଗ୍ ଜବତ କରାଯାଇଛି। ସିଆଇଏସଏଫ ଯବାନଙ୍କ ସହାୟତାରେ ବ୍ୟାଗକୁ ହଟାଯାଇଥିଲା। ଏବେ ଯାଏଁ ବ୍ୟାଗକୁ ଖୋଲାଯାଇନାହିଁ। ଏହା ଭିତରେ କିଛି ତାର ଭଳି ଜିନିଷ ରହିଛି।

{"id":177552,"width":588,"height":356}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.